ଯେବେ କପିଲ ଶର୍ମା ରାଜ କୁନ୍ଦ୍ରାଙ୍କୁ ପଚାରିଲେ ତାଙ୍କ ଇନକମର ସୋର୍ସ, ପତ୍ନୀ ଶିଳ୍ପା ସେଟ୍ଟୀ ଦେଇଥିଲେ ଏମିତି ଜବାବ, ଗିରଫ ପରେ ଭିଡ଼ିଓ ଭାଇରଲ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ସୋମବାର ରାତିରେ ମୁମ୍ବାଇ ପୋଲିସର କ୍ରାଇମ ଶାଖା ଟିମ ଗିରଫ କରିଛି । ମୁମ୍ବାଇ ପୋଲିସ କହିବା ଅନୁଯାୟୀ ରାଜ କୁନ୍ଦ୍ରାଙ୍କୁ ଅଶ୍ଳୀଳ ଫିଲ୍ମ ନିର୍ମାଣ ଏବଂ ତାଙ୍କୁ ପବ୍ଲିସ କରିବା ଅପରାଧରେ ଗିରଫ କରାଯାଇଛି । ତାଙ୍କ ସହ ଅନ୍ୟ 11 ଜଣଙ୍କୁ ମଧ୍ୟ ଏହି ମାମଲାରେ ଗିରଫ କରାଯାଇଛି ।

ଯେମିତି ରାଜ କୁନ୍ଦ୍ରାଙ୍କ ଗିରଫ ଖବର ଆସିଛି, ସେମିତି ହିଁ ରାଜ କୁନ୍ଦ୍ରା ଟ୍ୱିଟରରେ ଟ୍ରେଣ୍ଡ ହେବାକୁ ଲାଗିଲେ । ଏଥି ସହିତ ଅନେକ ନେଟେଜନ୍ସ କପିଲ ଶର୍ମା ସୋ’କୁ ଅତିଥି ଭାବରେ ଆସିଥିବା ରାଜ କୁନ୍ଦ୍ରାଙ୍କ ଏକ ପୁରୁଣା ଭିଡିଓ ସେୟାର କରିବା ଆରମ୍ଭ କରିଛନ୍ତି ।

ଭିଡିଓରେ ହୋଷ୍ଟ କପିଲ ଶର୍ମା ରାଜ କୁନ୍ଦ୍ରାଙ୍କୁ ତାଙ୍କ ଆୟର ଉତ୍ସ ପଚାରୁଥିବାର ନଜର ଆସିଛନ୍ତି । ଶୋ’ରେ ରାଜ କୁନ୍ଦ୍ରାଙ୍କ ସହ ଶିଳ୍ପା ଶେଟ୍ଟୀ ଏବଂ ତାଙ୍କ ଭଉଣୀ ଶମିତା ଶେଟ୍ଟୀ ମଧ୍ୟ ଆସିଥିଲେ ।
ଏଠାରେ ଦେଖନ୍ତୁ ଭାଇରଲ ଭିଡ଼ିଓ…

ଭିଡିଓରେ କପିଲ ଶର୍ମା ରାଜ କୁନ୍ଦ୍ରାଙ୍କୁ କହିଛନ୍ତି, “ତୁମକୁ ପ୍ରାୟତଃ ପାର୍ଟି କରୁଥିବାର, ଫିଲ୍ମ ତାରକାଙ୍କ ସହ ଫୁଟବଲ ମ୍ୟାଚ୍ ଖେଳିବା, ପତ୍ନୀ ଶିଳ୍ପାଙ୍କୁ ସପିଂ ପାଇଁ ନେବା ଏବଂ ମନୋରଞ୍ଜନ କରିବା ଭଳି ଦେଖାଯାଏ । ଏସବୁ ମଧ୍ୟରେ ତୁମେ କାମ କିପରି କରନ୍ତି ଏବଂ କେମିତି ସମୟ ପାଆନ୍ତି ? ଏବଂ ଆପଣଙ୍କର ଆୟର ଉତ୍ସ କ’ଣ? “

କପିଲ ଶର୍ମାଙ୍କ ଏହି ପ୍ରଶ୍ନ ଉପରେ ରାଜ କୁନ୍ଦ୍ରା, ଶିଳ୍ପା ଏବଂ ଶମିତା ଶେଟ୍ଟୀ ଜୋରରେ ହସିବାକୁ ଲାଗିଲେ । ଯଦିଓ ଶିଳ୍ପା କୁହନ୍ତି, ସେ ଜଣେ ବହୁତ ପରିଶ୍ରମୀ ବ୍ୟକ୍ତି ଅଟନ୍ତି ।


ସେୟାର କରନ୍ତୁ