Coronavirus: 24 ଘଣ୍ଟାରେ ସାମ୍ନାକୁ ଆସିଲା 41 ହଜାରରୁ ଅଧିକ ନୂଆ କେସ, 581 ମୃତ୍ୟୁ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ସଂଖ୍ୟାର କଥା କହିବା ତ ଦେଶରେ କରୋନା ସଂକ୍ରମିତର ଲହର ଧୀରେ ଧୀରେ କମିବାକୁ ଲାଗିଅଛି । ଯଦିଓ କିଛି ଦିନ ହେବ ସଂକ୍ରାମିତଙ୍କ ସଂଖ୍ୟା ତଳକୁ ଖସିଅଛି ତଥାପି ଏହାର ସଙ୍କଟ ଟଳିନାହିଁ । ପୂର୍ବ 24 ଘଣ୍ଟାରେ କରୋନା ଭାଇରସ ମହାମାରୀର 41 ହଜାର 806 ନୂଆ କେସ ସାମ୍ନାକୁ ଆସିଅଛି । ତେବେ ଏହି ସମୟ ମଧ୍ୟରେ 581 କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଅଛି । ପୂର୍ବ 24 ଘଣ୍ଟାରେ 39 ହଜାର 130 ଲୋକ କରୋନା ଭାଇରସକୁ ହରାଇ ଠିକ ହୋଇଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଂଖ୍ୟା ମୁତାବକ :

ପୂର୍ବ 24 ଘଣ୍ଟାରେ ନୂଆ ମାମଲା – 41 ହଜାର 806
ଏପର୍ଯ୍ୟନ୍ତ ମୋଟ ମାମଲା -3 କୋଟି 9 ଲକ୍ଷ 87 ହଜାର 880

ପୂର୍ବ 24 ଘଣ୍ଟାରେ ଠିକ ହୋଇଥିବା ରୋଗୀ – 39 ହଜାର 130
ଏପର୍ଯ୍ୟନ୍ତ ମୋଟ ଠିକ ହୋଇଥିବା ରୋଗୀ -3 କୋଟି 1 ଲକ୍ଷ 43 ହଜାର 850

ପୂର୍ବ 24 ଘଣ୍ଟାରେ ହୋଇଥିବା ମୃତ୍ୟୁ – 5 ଶହ 81
ଏପର୍ଯ୍ୟନ୍ତ ହୋଇଥିବା ମୋଟ ମୃତ୍ୟୁ – 4 ଲକ୍ଷ 11 ହଜାର 989

ମୋଟ ଆକ୍ଟିଭ କେସ- ଚାରି ଲକ୍ଷ 32 ହଜାର 41

ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ICMR) ମୁତାବକ ଦେଶରେ 14 ଜୁଲାଇ ପର୍ଯ୍ୟନ୍ତ କରୋନା ଭାଇରସ ପାଇଁ ମୋଟ 43 କୋଟି 80 ଲକ୍ଷ 11 ହଜାର 958 ସାମ୍ପୁଲ ଟେଷ୍ଟ କରାଯାଇଅଛି । ଯାହା ମଧ୍ୟରୁ 19,43,488 ସାମ୍ପୁଲ ଗତ କାଲି ଟେଷ୍ଟ କରାଯାଇଛି ।


ସେୟାର କରନ୍ତୁ