ଦିଗଜ ବଲିଉଡ ଅଭିନେତା ଦିଲୀପ କୁମାର ଆଉ ନାହାନ୍ତି

ଦେଶବିଦେଶ ସିନେମା
ସେୟାର କରନ୍ତୁ

ମୁମ୍ବାଇ: ବଲିଉଡର ଭେଟେରାନ ଅଭିନେତା ଦିଲୀପ କୁମାର ଆଉ ନାହାଁନ୍ତି । ଦୀର୍ଘ ଦିନର ଅସୁସ୍ଥତା ପରେ ବୁଧବାର ମୁମ୍ବାଇର ଏକ ଡାକ୍ତରଖାନାରେ ତାଙ୍କର 98 ବର୍ଷ ବୟସରେ ଦେହାନ୍ତ ହୋଇଛି । ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେତୁ ଗତ ବୁଧବାର ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏକ ମାସ ମଧ୍ୟରେ ତାଙ୍କୁ ଦ୍ୱିତୀୟ ଥର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦିଲୀପ କୁମାରଙ୍କ ମୃତ୍ୟୁ ହେତୁ ଫିଲ୍ମ ଜଗତ ସମେତ ସାରା ଦେଶରେ ଶୋକର ଲହରୀ ଖେଳିଯାଇଛି ।

ଦିଲୀପ କୁମାରଙ୍କୁ ପ୍ରଥମେ ଜୁନ୍ 6 ରେ ଡାକ୍ତରଖାନା ଅଣାଯାଇଥିଲା ଏବଂ ସେ ଅମ୍ଳଜାନ ସହାୟତାରେ ଥିଲା । ଦିଲ୍ଲୀପ କୁମାରଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିବା ପାଇଁ ଏନସିପି ସୁପ୍ରିମୋ ଶରଦ ପାୱାର ହିନ୍ଦୁଜା ହସ୍ପିଟାଲରେ ପହଞ୍ଚିଥିଲେ । ଜୁନ୍ 6ରେ ଅଭିନେତାଙ୍କ ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରୁ ଏକ ପୋଷ୍ଟରେ ଲେଖାଥିଲା, “ହ୍ୱାଟ୍ସଅପ’ରେ ଫରୁଆଡ଼ କରାଯାଉଥିବା ସନ୍ଦେଶ ଉପରେ ବିଶ୍ୱାସ କରନ୍ତୁ ନାହିଁ । ସାବ ସ୍ଥିର ଅଛି । ତୁମର ଆଶୀରିବାଦ ଏବଂ ପ୍ରାର୍ଥନା ପାଇଁ ଧନ୍ୟବାଦ । ଡାକ୍ତରଙ୍କ ଅନୁଯାୟୀ ସେ 2-3 ଦିନ ମଧ୍ୟରେ ଘରକୁ ଫେରିବେ । “

ସ୍ୱାସ୍ଥ୍ୟ ସମସ୍ୟା ହେତୁ ପୂର୍ବ କିଛି ବର୍ଷ ହେବ ଦିଲୀପ କୁମାରଙ୍କୁ ଅନେକ ଡାକ୍ତରଖାନାରେ ଭର୍ତ୍ତି ହେଉଥିଲେ । କିଛି ବର୍ଷ ପୂର୍ବେ ଅଭିନେତା ନିଜର 94 ତମ ଜନ୍ମଦିନକୁ ଡାକ୍ତରଖାନାରେ ବିତାଇଥିଲେ, ଯେଉଁଠାରେ ତାଙ୍କର ଜ୍ୱର ଏବଂ ପାଦ ଫୁଲାର ଚିକିତ୍ସା କରାଯାଉଥିଲା ।


ସେୟାର କରନ୍ତୁ