Coronavirus: 24 ଘଣ୍ଟାରେ ସାମ୍ନାକୁ ଆସିଲା 1 ଲକ୍ଷ 32 ହଜାର କେସ, 2713 ମୃତ୍ୟୁ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: କରୋନା ସଂକ୍ରମିତର ଲହର ଭାରତରେ କମୁ ଥିବାର ଦେଖାଯାଉଅଛି । ଯଦିଓ କିଛି ଦିନ ହେବ ସଂକ୍ରାମିତଙ୍କ ସଂଖ୍ୟା ତଳକୁ ଖସିଅଛି ତଥାପି ଏହାର ସଙ୍କଟ ଟଳିନାହିଁ । ପୂର୍ବ 24 ଘଣ୍ଟାରେ କରୋନା ଭାଇରସ ମହାମାରୀର 1 ଲକ୍ଷ 32 ହଜାର 364 ନୂଆ କେସ ସାମ୍ନାକୁ ଆସିଅଛି । ତେବେ ଏହି ସମୟ ମଧ୍ୟରେ 2 ହଜାର 713କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଅଛି । ପୂର୍ବ 24 ଘଣ୍ଟାରେ 2 ଲକ୍ଷ 07 ହଜାର 071 ଲୋକ କରୋନା ଭାଇରସକୁ ହରାଇ ଠିକ ହୋଇଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଂଖ୍ୟା ମୁତାବକ :

ପୂର୍ବ 24 ଘଣ୍ଟାରେ ନୂଆ ମାମଲା – 1 ଲକ୍ଷ 32 ହଜାର 364
ଏପର୍ଯ୍ୟନ୍ତ ମୋଟ ମାମଲା -2 କୋଟି 85 ଲକ୍ଷ 74 ହଜାର 350

ପୂର୍ବ 24 ଘଣ୍ଟାରେ ଠିକ ହୋଇଥିବା ରୋଗୀ – 2 ଲକ୍ଷ 11 ହଜାର 499
ଏପର୍ଯ୍ୟନ୍ତ ମୋଟ ଠିକ ହୋଇଥିବା ରୋଗୀ -2 କୋଟି 65 ଲକ୍ଷ 97 ହଜାର 655

ପୂର୍ବ 24 ଘଣ୍ଟାରେ ହୋଇଥିବା ମୃତ୍ୟୁ – 2 ହଜାର 713
ଏପର୍ଯ୍ୟନ୍ତ ହୋଇଥିବା ମୋଟ ମୃତ୍ୟୁ – 3 ଲକ୍ଷ 40 ହଜାର 702

ମୋଟ ଆକ୍ଟିଭ କେସ- ଷୋହଳ ଲକ୍ଷ 35 ହଜାର 993

ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ICMR) ମୁତାବକ ଦେଶରେ 3 ଜୁନ୍ ପର୍ଯ୍ୟନ୍ତ କରୋନା ଭାଇରସ ପାଇଁ ମୋଟ 35 କୋଟି 74 ଲକ୍ଷ 33 ହଜାର 846 ସାମ୍ପୁଲ ଟେଷ୍ଟ କରାଯାଇଅଛି । ଯାହା ମଧ୍ୟରୁ 20,75,428 ସାମ୍ପୁଲ ଗତ କାଲି ଟେଷ୍ଟ କରାଯାଇଛି ।


ସେୟାର କରନ୍ତୁ