ରାଜ୍ୟରେ 24 ଘଣ୍ଟାରେ ସାମ୍ନାକୁ ଆସିଲା 11 ହଜାର 108 କରୋନା କେସ, ମୋଟ କେସ ସଂଖ୍ୟା 679530

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଥମିବାର ନାଁ ଧରୁନାହିଁ । ସଂକ୍ରମିତଙ୍କ ସଂଖ୍ୟା କେବେ ଦଶ ହଜାର ଉପରେ ତ କେବେ ଏଗାର ହଜାର ଉପରେ ରହୁଅଛି । ଏହି କ୍ରମରେ ଆଜି ଏଗାର ହଜାର ଉପରେ ସଂକ୍ରମିତଙ୍କ ସଂଖ୍ୟା ରହିଅଛି । ରାଜ୍ୟରେ 24 ଘଣ୍ଟାରେ ଚି଼ହ୍ନଟ ହେଲେ 11 ହଜାର 108 କରୋନା ପଜିଟିଭ । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ପଜିଟିଭଙ୍କ ସଂଖ୍ୟା 679530କୁ ବୃଦ୍ଧି ଘଟିଛି । ରାଜ୍ୟରେ ଏହି ନୂତନ ଚିହ୍ନଟ ହୋଇଥିବା 11108 ଜଣଙ୍କ ମଧ୍ୟରୁ 6219 ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ଜଣାପଡିଥିବାବେଳେ 4889 ଜଣ ଲୋକାଲ କଣ୍ଟାକଟ କେସ ବୋଲି ଜଣାପଡିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

ଏବେ ରାଜ୍ୟରେ ମୋଟ 679530 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ 109639ଟି ଆକ୍ଟିଭ କେସ୍ ରହିଅଛି ଏବଂ 567382 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।


ସେୟାର କରନ୍ତୁ