ସାମ୍ବାଦିକଙ୍କୁ ଆଗ ଧାଡ଼ିର କୋଭିଡ଼ ଯୋଦ୍ଧା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟର ସାମ୍ବାଦିକମାନଙ୍କୁ ଆଗ ଧାଡ଼ିର କୋଭିଡ୍ ଯୋଦ୍ଧା ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଏହା ଦ୍ୱାରା 6944 ଜଣ ସାମ୍ବାଦିକ ସରକାରଙ୍କ ବିଭିନ୍ନ ସୁବିଧା ସୁଯୋଗର ଫାଇଦା ପାଇବେ ।

ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରି କହିଛନ୍ତି ଯେ, ସାମ୍ବାଦିକମାନେ କରୋନା ନେଇ ଲୋକଙ୍କୁ ସଚେତନ କରାଉଛନ୍ତି । କରୋନା ଲଢ଼େଇରେ ସାମ୍ବାଦିକମାନେ ବଡ଼ ସହଯୋଗ କରୁଛନ୍ତି । ସେହିଭଳି ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଚିକିତ୍ସା ପାଇଁ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଛି ବୋଲି କହିଛନ୍ତି ନବୀନ । ଏହାସହ ଯଦି କୋଭିଡ୍ ଯୁଦ୍ଧରେ କେହି ପ୍ରାଣ ହରାଇଲେ ତେବେ ସେମାନଙ୍କ ପରିବାରକୁ 15 ଲକ୍ଷ ଟଙ୍କାର ସହୟତା ରାଶି ପ୍ରଦାନ କରାଯିବ ।


ସେୟାର କରନ୍ତୁ