ବଲିଉଡ଼ ଖିଲାଡୀ ଅକ୍ଷୟ କୁମାର ହେଲେ କରୋନା ପଜିଟିଭ, ନିଜକୁ କଲେ କ୍ଵାରିଣ୍ଟିଂନ,ଟ୍ୱିଟ କରି କହିଲେ ଏହି କଥା

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ସାରା ଦେଶରେ କରୋନା ଭାଇରସ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏଭଳି ପରିସ୍ଥିତିରେ ସାଧାରଣ ଲୋକଙ୍କ ବ୍ୟତୀତ ଫିଲ୍ମ ହସ୍ତୀମାନେ ମଧ୍ୟ ସୁରକ୍ଷିତ ନୁହଁନ୍ତି । ଏବେ ଖବର ଆସିଛି ଯେ ବଲିଉଡ ଖିଲାଡୀ କୁହାଯାଉଥିବା ସୁପରଷ୍ଟାର ଅକ୍ଷୟ କୁମାର ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ସେ ବର୍ତ୍ତମାନ ଘରେ ନିଜକୁ କ୍ଵାରିଣ୍ଟିଂନ କରିଛନ୍ତି ।

ଅକ୍ଷୟ କୁମାର ନିଜେ ଟ୍ୱିଟ୍ କରି ତାଙ୍କ କରୋନା ସଂକ୍ରମିତ ହୋଇଥିବା ସୂଚନା ଦେଇଛନ୍ତି । ସେ ଅପିଲ କରିଛନ୍ତି କି ଯେଉଁ ଲୋକମାନେ ତାଙ୍କ ସମ୍ପର୍କରେ ଆସିଛନ୍ତି ସେମାନେ ନିଜର କରୋନା ପରୀକ୍ଷା କରାଇ ନିଅନ୍ତୁ । ଏଥିସହ ଅକ୍ଷୟ କୁମାର କହିଛନ୍ତି ଯେ ସେ ନିଜକୁ କ୍ଵାରିଣ୍ଟିଂନ କରିଛନ୍ତି ଏବଂ ଡାକ୍ତରଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି ।

ଅକ୍ଷୟ କୁମାର ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ ‘ ତୁମ ସମସ୍ତଙ୍କୁ ଜଣାଇବାକୁ ଚାହୁଁଛି ଯେ ଆଜି ସକାଳେ ମୋର କୋଭିଡ 19 ରିପୋର୍ଟ ପଜିଟିଭ ଆସିଅଛି । ସମସ୍ତ ପ୍ରୋଟୋକଲ୍ ପାଳନ କରି ମୁଁ ନିଜକୁ ଆସୋଲେସନ କରିଦେଇଛି । ମୁଁ ଘରେ କ୍ଵାରିଣ୍ଟିଂନରେ ଅଛି ଏବଂ ସମସ୍ତ ଆବଶ୍ୟକୀୟ ଚିକିତ୍ସା ସେବା ନେଉଛି । ମୁଁ ଅନୁରୋଧ କରୁଛି ଯେଉଁମାନେ ମୋ ସହିତ ସମ୍ପର୍କରେ ଥିଲେ ସେମାନେ ନିଜର ପରୀକ୍ଷା ସମାପ୍ତ କରନ୍ତୁ ଏବଂ ନିଜର ଯତ୍ନ ନିଅନ୍ତୁ । ଶୀଘ୍ର କାମକୁ ଫେରିବି । ‘


ସେୟାର କରନ୍ତୁ