ଆକାଶରେ ହଜାର ହଜାର ଫୁଟ ଉପରେ ଅଭିନେତା ସୋନୁ ସୋଦଙ୍କ ଫଟୋ ଉଡିଲା, ଜାଣନ୍ତୁ କେମିତି ଏବଂ କାହିଁକି

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଉଡର ଜଣେ ଏମିତି ଅଭିନେତା ଅଛନ୍ତି, ଯିଏ ନିଜର ଉଦାରତା ଏବଂ ଲୋକମାନଙ୍କୁ ସାହାଯ୍ୟ କରିବା ହେତୁ ମସିହା ଭାବରେ ଫେମସ ହେଇ ଚାଲିଛନ୍ତି । ସୋନୁଙ୍କ ଏକ ବଡ଼ ଫଟୋ ମଧ୍ୟ ଆକାଶରେ ଅନେକ ହଜାର ଫୁଟ ଉପରେ ଉଡିଅଛି । ଏହା ପଛର କାରଣ ହେଉଛି ତାଙ୍କର ଉତ୍ତମ କାର୍ଯ୍ୟ ଏବଂ ସାହାଯ୍ୟର ଭାବନା ଅଟେ ​​।

ଦେଶର ବିମାନ କମ୍ପାନୀ ସ୍ପାଇସ୍ ଜେଟ୍ ନିଜେ ସୋନୁ ସୋଦଙ୍କୁ ଅଭିବାଦନ ଜଣାଇବାବେଳେ ସ୍ପାଇଜେଟ୍ ବୋଇଙ୍ଗ 737 ରେ ଏକ ବଡ଼ ଫଟୋ ଲଗାଇ ଲେଖିଛି – ‘ଏ ସାଲ୍ୟୁଟ ଟୁ ଦ ସେଭଅର୍ ସୋନୁ ସୋଦ’ ଅର୍ଥାତ୍ ‘ ମସିହା ସୋନୁ ସୋଦଙ୍କୁ ସଲାମ ‘ । ସ୍ପାଇସ୍ ଜେଟ୍ ଏସବୁ ଏଇଥି ପାଇଁ କରିଛି କାରଣ ସୋନୁ ସୋଦ କରୋନା ମହାମାରୀରେ ଫସି ରହିଥିବା ଶ୍ରମିକମାନଙ୍କୁ ଟ୍ରେନ୍, ବସ୍ ଏବଂ ବିମାନ ଯୋଗେ ତାଙ୍କର ଘର ପର୍ଯ୍ୟନ୍ତ ପହଞ୍ଚାଇଥିଲେ ।

ଟ୍ରେନରେ ଶ୍ରମିକମାନଙ୍କୁ ଖାଦ୍ୟ ଏବଂ ଜଳ ବଣ୍ଟନ କରାଇଥିଲେ । ଏହା ବ୍ୟତୀତ ସେ ପ୍ରାୟତଃ ଟ୍ୱିଟରରେ ସକ୍ରିୟ ଥାଆନ୍ତି ଏବଂ ଲୋକ ମାନଙ୍କର ସମସ୍ୟା ଶୁଣି ସାହାଯ୍ୟ ମଧ୍ୟ କରନ୍ତି । ଏହି କାର୍ଯ୍ୟଗୁଡ଼ିକ ପାଇଁ ସୋନୁ ସୁଦ ଦେଶ ତଥା ବିଦେଶରେ ବହୁତ ପ୍ରସିଦ୍ଧ ହୋଇପାରିଛନ୍ତି ।

ସୋନୁ ସୁଦ ସୋସିଆଲ ମିଡିଆରେ ଏହି ଫଟୋ ସେୟାର କରି କହିଛନ୍ତି ଯେ – ମନେ ଅଛି ଯେତେବେଳେ ମୁଁ ପ୍ରଥମ ଥର ବିନା ରିଜର୍ବେସନ ଟିକେଟ୍ ନେଇ ଆସିଥିଲି । ସୋନୁ ସୁଦ ବୋଧହୁଏ ଟ୍ରେନର ସାଧାରଣ ବିଭାଗକୁ ସୂଚାଉ ଅଛନ୍ତି । ସେ ନିଜର ପିତାମାତାଙ୍କୁ ମନେ ପକାଇ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।


ସେୟାର କରନ୍ତୁ