ବଲିଉଡ କୁଇନ କଙ୍ଗନା ରନାୱତ ପୁରୀରେ ଶ୍ରୀଜୀଉଙ୍କ ଦର୍ଶନ କଲେ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ଓଡ଼ିଶା ଗସ୍ତରେ ଆସିଥିବା ବଲିଉଡ କୁଇନ କଙ୍ଗନା ରନାୱତ ଆଜି ସକାଳୁ ସକାଳୁ ଭୁବନେଶ୍ୱରରୁ ଯାଇ ପୁରୀରେ ପହଞ୍ଚିଥିଲେ । ଏଠାରେ ସେ ଶ୍ରୀଜୀଉଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି । କଡ଼ା ସୁରକ୍ଷା ବଳୟ ମଧ୍ୟରେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଞ୍ଚିବା ସମୟରେ ସିଂହାରୀ ସେବାୟତ ମଧୁସୂଦନ ସିଂହାରୀ ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ତାଙ୍କୁ ସ୍ୱାଗତ କରିଥିଲେ । କଙ୍ଗନା ଶ୍ରୀଜୀଉଙ୍କ ମଙ୍ଗଳ ଆଳତୀ ଦର୍ଶନ କରିବା ସହ ବେଢା ପରିକ୍ରମା କରିଛନ୍ତି ।

ପୂର୍ବରୁ ପୁରୀ ଗସ୍ତ କରି ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ ବୋଲି ଘୋଷଣା କରିଥିଲେ କଙ୍ଗନା । କଙ୍ଗନା ନିଜର ଖୋଲା ମନ୍ତବ୍ୟ ପାଇଁ ଅନେକ ସମୟରେ ବିବାଦୀୟ ହୋଇ ଆସିଛନ୍ତି । ସେ ଫିଲ୍ମ ଜଗତରେ ବହୁତ ସଂଘର୍ଷ କରି ସଫଳତା ପାଇଛନ୍ତି । କଙ୍ଗନା ନିଜ ଅଭିନୟ ଦକ୍ଷତା ଲାଗି ସେ ଫିଲ୍ମ ଫେୟାର ଆୱାର୍ଡଠାରୁ ଆରମ୍ଭ କରି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପର୍ଯ୍ୟନ୍ତ ବହୁ ସମ୍ମାନ ଲାଭ କରିଛନ୍ତି ।

କଙ୍ଗନାଙ୍କ ୱାର୍କ ଫ୍ରଣ୍ଟର କଥା କହିବା ତ କଙ୍ଗନା ଆଜିକାଲି ନିଜ ଫିଲ୍ମ ‘ଧାକଡ଼’ ପାଇଁ ଖବରରେ ଅଛନ୍ତି । ଏହି ଫିଲ୍ମ ପାଇଁ କଙ୍ଗନା କଠିନ ପରିଶ୍ରମ କରୁଛନ୍ତି । ନିକଟରେ କଙ୍ଗନା ଫିଲ୍ମର ସେଟରୁ ଆଉ ଏକ ନୂଆ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ କଙ୍ଗନାଙ୍କ ଘାତକ ଲୁକ୍ ଦେଖିବାକୁ ମିଳୁଛି । ମୁହଁରେ ରକ୍ତ ଏବଂ ଆବେଗ ସ୍ପଷ୍ଟ ଦେଖାଯାଏ । ଫଟୋରେ କଙ୍ଗନାଙ୍କ ପଛରେ ଫିଲ୍ମର ନିର୍ଦ୍ଦେଶକ ରଜନୀଶ ଘାଇ ମଧ୍ୟ ନଜର ଆସିଛନ୍ତି ।

‘ଧାକଡ଼’ ବ୍ୟତୀତ କଙ୍ଗନା ପାଖରେ ଆହୁରି ମଧ୍ୟ ଅନେକ ବଡ଼ ପ୍ରକଳ୍ପ ରହିଛି ଯେଉଁଥିରେ ତାଙ୍କୁ ସ୍ୱର୍ଗତ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ବାୟୋପିକ୍ ‘ଥଲାଇବି’ରେ ଦେଖିବାକୁ ମିଳିବ । ଏହା ସହିତ କଙ୍ଗନାଙ୍କୁ ଫିଲ୍ମ ‘ତେଜସ୍’ରେ ମଧ୍ୟ ଦମଦାର ଭୂମିକାରେ ଦେଖିବାକୁ ମିଳିବ ।


ସେୟାର କରନ୍ତୁ