Roohi Trailer ରିଲିଜ୍, ଜାହ୍ନବୀ ଡରାଉଛନ୍ତି ତ ରାଜକୁମାର ରାଓ, ବରୁଣ ଶର୍ମା ହସାଉଛନ୍ତି

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର, ରାଜକୁମାର ରାଓ ଏବଂ ବରୁଣ ଶର୍ମାଙ୍କ ଆଗାମୀ ଫିଲ୍ମ ରୋହିର ଟ୍ରେଲର ରିଲିଜ ହୋଇଛି, ଯେଉଁଥିରେ ଜାହ୍ନବୀ ଡରାଉଛନ୍ତି ତ ରାଜକୁମାର ରାଓ ଏବଂ ବରୁଣ ଶର୍ମା ହସାଇବାକୁ ପ୍ରସ୍ତୁତ ଅଛନ୍ତି । ମାର୍ଚ୍ଚ 11 ରେ ମୁକ୍ତିଲାଭ କରିବାକୁଥିବା ଏହି ଫିଲ୍ମ ଏବେ ଠାରୁ ଦର୍ଶକଙ୍କ ମନରେ ଉତ୍ସାହ ବଢ଼ାଇ ସାରିଛି । ଟ୍ରେଲରକୁ ମାତ୍ର କିଛି ମିନିଟ୍ ରିଲିଜ୍ କରାଯାଇଛି, କିନ୍ତୁ ଏହାକୁ ପ୍ରଶଂସକମାନେ ପସନ୍ଦ କରୁଛନ୍ତି ଏବଂ ଫିଲ୍ମଟି ଏକ ବ୍ଲକବଷ୍ଟର ହେବ ବୋଲି ଆଶା କରାଯାଉଛି । ରୁହି ଫିଲ୍ମର ଟ୍ରେଲରକୁ ଜିଓ ଷ୍ଟୁଡିଓ ଏବଂ ମ୍ୟାଡଡୋକ ଫିଲ୍ମସ ନିଜର ୟୁଟ୍ୟୁବ ଚ୍ୟାନେଲରେ ସେୟାର କରିଛନ୍ତି, ଯାହାକୁ ଖୁବ ପସନ୍ଦ କରାଯାଉଛି ।

ଏଠାରେ ଦେଖନ୍ତୁ ଫିଲ୍ମର ଟ୍ରେଲର

ଫିଲ୍ମ ‘ରୋହି’ ର ଏହି ଟ୍ରେଲରକୁ ଦେଖି କୁହାଯାଇପାରେ ଯେ ରାଜକୁମାର ରାଓ, ବରୁଣ ଶର୍ମା ଏବଂ ଜାହ୍ନବୀ କପୁର ନିଜ ଅଭିନୟ ଦ୍ୱାରା ଲୋକଙ୍କ ହୃଦୟ ଜିତିବାକୁ ପ୍ରସ୍ତୁତ ଅଛନ୍ତି । ଏହି ଫିଲ୍ମରେ ଏହି ତିନି କଳାକାରଙ୍କୁ ଡ଼ରାଇବା ସହିତ ହସିବା ମଧ୍ୟ ଦେଖିବାକୁ ମିଳିବ । ଏହି ଟ୍ରେଲର ଆରମ୍ଭ ଜାହ୍ନବୀ କପୁରଙ୍କ ଅପହରଣରୁ ହୋଇଛି, ଯାହାକୁ ରାଜକୁମାର ରାଓ ଏବଂ ବରୁଣ ଶର୍ମା ବନ୍ଦୀ କରି ରଖିଛନ୍ତି । କିନ୍ତୁ ଜାହ୍ନବୀ କପୁରଙ୍କ ପରିବର୍ତ୍ତିତ ରୂପ ଦେଖି ଉଭୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଏବଂ ତା ଭିତରେ ଥିବା ଚୁଡ଼ଏଲକୁ ଦୂରେଇବା ପାଇଁ ବିଭିନ୍ନ ପ୍ରକାରର କୌଶଳ ଆପଣେଇଥିବାର ନଜରରେ ଆସିଛନ୍ତି ।

ଟ୍ରେଲରରେ ଆସିଥିବା ପ୍ରଶଂସକଙ୍କ ମନ୍ତବ୍ୟ ଦେଖି ଏହା କୁହାଯାଇପାରେ ଯେ ‘ରୋହି’ ରିଲିଜ୍ ପାଇଁ ପ୍ରଶଂସକମାନେ ବହୁତ ଏକ୍ସାଇଟେଡ ଅଛନ୍ତି । ଏହି ଫିଲ୍ମଟି ମାର୍ଚ୍ଚ 11 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାର କାର୍ଯ୍ୟକ୍ରମ ରହିଛି, ଏଥିରେ ଦର୍ଶକମାନେ ମଧ୍ୟ ଏହା ହିଟ୍ ହେବ ବୋଲି ଆଶା କରୁଛନ୍ତି । ଏହି ଫିଲ୍ମରେ ଜାହ୍ନବୀ କପୁର, ରାଜକୁମାର ରାଓ ଏବଂ ବରୁଣ ଶର୍ମା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହି ଫିଲ୍ମଟି ମ୍ୟାଡକ୍ ଫିଲ୍ମସ୍ ଏବଂ ଜିଓ ଷ୍ଟୁଡିଓର ବ୍ୟାନରରେ ପ୍ରସ୍ତୁତ କରାଯାଇଛି । ବର୍ତ୍ତମାନ ଦେଖିବା ପାଇଁ ବାକି ରହିଲା କି ଜାହ୍ନବୀ କପୁର, ରାଜକୁମାର ରାଓ ଏବଂ ବରୁଣ ଶର୍ମାଙ୍କ ଏହି ଫିଲ୍ମ କ’ଣ ଧମାଲ ମଚାଉଅଛି ।


ସେୟାର କରନ୍ତୁ