ଏହି ଗୀତ ଗୁଡିକ 2020ରେ ୟୁଟ୍ୟୁବରେ କରିଲା ଧମାକା, ୟୁଟ୍ୟୁବର ଟପ 10 ଲିଷ୍ଟରେ ହେଲା ସାମିଲ

ସିନେମା
ସେୟାର କରନ୍ତୁ

ମୁମ୍ବାଇ: କରୋନା କାଳରେ ଯେଉଁଠି ଫିଲ୍ମ ଗୁଡିକ ମୁକ୍ତିଲାଭ କରିପାରିନଥିବା ବେଳେ ଗୀତଗୁଡ଼ିକ ପ୍ରଶଂସକଙ୍କୁ ମନୋରଞ୍ଜନ କରିବା ପାଇଁ କୌଣସି ପଥ ଛାଡି ନଥିଲା । ଏହି ବର୍ଷ ଏମିତି ଅନେକ ଗୀତ ଅଛି ଯାହା ୟୁଟ୍ୟୁବରେ ଧମାଲ ମଚେଇ ଦେଇଛି । ସମ୍ପ୍ରତି ୟୁଟ୍ୟୁବ ଚଳିତ ବର୍ଷର ଶ୍ରେଷ୍ଠ 10ଟି ଗୀତର ତାଲିକା ପ୍ରକାଶ କରିଛି । ଏହି ଗୀତଗୁଡ଼ିକ ମଧ୍ୟରେ ବାଦଶାହର ‘ଗେଣ୍ଡା ଫୁଲ’ ଶୀର୍ଷରେ ଥିବାବେଳେ ଅଜୟ ହୁଡାଙ୍କ ହରିୟାଣୀ ଗୀତ ‘ମୋଟୋ ଦ୍ୱିତୀୟ ନମ୍ବର ଭାବରେ ସର୍ବାଧିକ ଦେଖାଯାଇଅଛି । ଆସନ୍ତୁ ଜାଣିବା କେଉଁ ଗୀତଗୁଡ଼ିକ ୟୁଟ୍ୟୁବର ଶ୍ରେଷ୍ଠ 10 ତାଲିକାରେ ଅନ୍ତର୍ଭୁକ୍ତ ହୋଇଛି ।

ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଅଭିନୀତ ‘ଗେଣ୍ଡା ଫୁଲ’ ଗୀତକୁ ବାଦଶାହ ନିର୍ମିତ କରିଅଛି । ଏହି ଗୀତରେ ଜ୍ୟାକଲିନଙ୍କ ଡ୍ୟାନ୍ସକୁ ବହୁତ ପସନ୍ଦ କରାଯାଇଥିଲା ।

ୟୁଟ୍ୟୁବ୍ ତାଲିକାରେ ଏହା ଏକ ନମ୍ବରରେ ଥିଲା । ଦ୍ୱିତୀୟ ଏବଂ ତୃତୀୟ ନମ୍ବରରେ ଅଜୟ ହୁଡାଙ୍କ ‘ମୋଟୁ’ ଏବଂ ଅଲୁ ଅର୍ଜୁନଙ୍କ ବୁଟା ବମ୍ମା ଗୀତ ରହିଛି ।

ତେବେ ଏଥି ସହିତ ସୁମିତ ଗୋସ୍ୱାମୀଙ୍କ ‘ଫିଲିଙ୍ଗ୍ସ’ ଏବଂ ଷ୍ଟ୍ରିଟ୍ ଡାନ୍ସର୍ 3D ର ‘ଇଲିଗାଲ୍ ବେପନ 2.0’ ଚାରି ଏବଂ ପାଞ୍ଚ ନମ୍ବରରେ ରହିଛି ।

ଟନି କକ୍କରଙ୍କ ଗୀତ ‘ଗୋଆ ବିଚ୍’ ଷଷ୍ଠ ସ୍ଥାନରେ ଥିବାବେଳେ ଏମିୱେ ବନ୍ତାଇଙ୍କ ଗୀତ ‘ଫିରସେ ମାଚାଇଙ୍ଗେ’ ସପ୍ତମ ସ୍ଥାନରେ ରହିଛି ।

ଅଷ୍ଟମ ନମ୍ବରରେ ‘ରାମୁଲୋ ରାମୁଲା’ ଥିଲା । ଏଥି ସହିତ ପ୍ରଶଂସକମାନେ ନଅ ନମ୍ବରରେ ଷ୍ଟ୍ରିଟ୍ ଡ୍ୟାନ୍ସରର ‘ମୁକାବିଲା’ ଏବଂ ଦଶ ନମ୍ବରରେ ବି ପ୍ରାକଙ୍କ ‘ଦିଲ୍ ତୋଡ କେ’ ଗୀତକୁ ପ୍ରଶଂସକ ମାନଙ୍କୁ ଖୁବ ପସନ୍ଦ କରିଥିଲେ ।


ସେୟାର କରନ୍ତୁ