ଦିଶା ପଟାନି ସେୟାର କଲେ ବିକିନି ଫଟୋ,ତେବେ ଟାଇଗର ଶ୍ରଫଙ୍କ ଭଉଣୀ ଏମିତି ଦେଲେ ପ୍ରତିକ୍ରିୟା

ସିନେମା
ସେୟାର କରନ୍ତୁ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦିଶା ପଟାନି ଆଜିକାଲି ମାଲଦ୍ୱୀପରେ ଛୁଟି କାଟୁଛନ୍ତି । ଏହା ସାଥିରେ ମଧ୍ୟ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଶଂସକଙ୍କ ମଧ୍ୟରେ ନିଜର ଖୁବ ସୁନ୍ଦର ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି । ନିକଟରେ ଦିଶା ପଟାନୀଙ୍କ ଏକ ଫଟୋ ଇଣ୍ଟରନେଟରେ ଧୁମ ମଚାଉଛି, ଯେଉଁଥିରେ ସେ ନୀଳ ରଙ୍ଗର ବିକିନି ପିନ୍ଧିଥିବାର ନଜର ଆସିଛନ୍ତି । ଦିଶା ଏହି ଫଟୋକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଦିଶା ପଟାନିଙ୍କ ଏହି ଫଟୋ ପ୍ରଶଂସକମାନେ ବହୁତ ପସନ୍ଦ କରନ୍ତି । ଏହାର ଅନ୍ଦାଜା ଆପଣ ଏହି କଥାରେ ଅନୁମାନ କରିପାରିବେ ଯେ ଫଟୋ ଏପର୍ଯ୍ୟନ୍ତ ଅଢ଼େଇ ଲକ୍ଷରୁ ଅଧିକ ବ୍ୟୁଜ ପାଇଛି ।

କହିବାକି ଅଭିନେତ୍ରୀ ଦିଶା ପଟାନି ଭିଡିଓର ଏହି ଫଟୋକୁ ଟାଇଗର ଶ୍ରଫଙ୍କ ଭଉଣୀ କୃଷ୍ନା ଶ୍ରଫ ମଧ୍ୟ କମେଣ୍ଟ ଦେଇଛନ୍ତି । କୃଷ୍ନା ଲେଖିଛନ୍ତି, ଇନ୍ସପୋ। ଏହି ଫଟୋରେ ଅଭିନେତ୍ରୀ ସମୁଦ୍ର କୂଳରେ କେଶ ସଜାଉଥିବାର ନଜର ଆସିଛନ୍ତି । ଅଭିନେତ୍ରୀଙ୍କ ଏହି ଛବି ଉପରେ ଲୋକମାନେ ବହୁତ କମେଣ୍ଟ କରୁଛନ୍ତି ଏବଂ ସେମାନଙ୍କର ମତାମତ ମଧ୍ୟ ଦେଉଛନ୍ତି ।

ଦିଶା ପଟାନିଙ୍କୁ ଶେଷ ଥର ପାଇଁ ଫିଲ୍ମ ‘ମଲଙ୍ଗ’ରେ ଦେଖିବାକୁ ମିଳିଥିଲା । ଏହି ଫିଲ୍ମରେ ଆଦିତ୍ୟ ରୟ କପୁର, ଅନିଲ କପୁର ଏବଂ କୁନାଲ ଖେମୁ ତାଙ୍କ ସହ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ସଲମାନ ଖାନଙ୍କ ସହ ଦିଶା ପଟାନି ଖୁବ ଶୀଘ୍ର ଫିଲ୍ମ ‘ରାଧେ: ୟୋର ମୋଷ୍ଟ ୱାଣ୍ଟେଡ’ରେ ନଜର ଆସିବେ । ତାଙ୍କର ଏହି ଫିଲ୍ମ ଇଦରେ ରିଲିଜ୍ ହେବାର ଥିଲା, କିନ୍ତୁ କରୋନା କାରଣରୁ ଫିଲ୍ମର ରିଲିଜ୍ ତାରିଖ ସ୍ଥଗିତ ରଖାଯାଇଥିଲା ।


ସେୟାର କରନ୍ତୁ