ଦେଶରେ ଏବେ 90 ଲକ୍ଷ ସଂକ୍ରମିତ, 84 ଲକ୍ଷ ଠିକ, 24 ଘଣ୍ଟାରେ ଆସିଲା 46 ହଜାର ନୂଆ କେସ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଭାରତରେ କରୋନା ସଙ୍କଟ ଥମିବାର ନାଁ ନେଉନାହିଁ । ଦେଶରେ ମୋଟ କରୋନା ସଂକ୍ରମଣ ସଂଖ୍ୟା ବର୍ତ୍ତମାନ 90 ଲକ୍ଷ ପାର ହୋଇଅଛି । ପୂର୍ବ 24 ଘଣ୍ଟା ମଧ୍ୟରେ 45,882 ନୂତନ ସଂକ୍ରମିତ ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ସମୟ ମଧ୍ୟରେ କରୋନାରେ 584 ଲୋକଙ୍କର ଜୀବନ ଯାଇଅଛି । ଭଲ ଖବର ଏହା କି ପୂର୍ବ 24 ଘଣ୍ଟା ମଧ୍ୟରେ 44,807 ରୋଗୀ ମଧ୍ୟ କରୋନାରୁ ସୁସ୍ଥ ହୋଇଛନ୍ତି । କରୋନା ମାମଲା ବଢିବା ସଂଖ୍ୟା ବିଶ୍ୱରେ ଆମେରିକାର ପରେ ସର୍ବାଧିକ ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଂଖ୍ୟା ମୁତାବକ, ଭାରତରେ ମୋଟ କରୋନା ମାମଲା 90 ଲକ୍ଷ 4 ହଜାରକୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ଏପର୍ଯ୍ୟନ୍ତ ଏକ ଲକ୍ଷ 32 ହଜାର 162 ଲୋକ ପ୍ରାଣ ହରାଇଛନ୍ତି । ମୋଟ ସକ୍ରିୟ ମାମଲା ଚାରି ଲକ୍ଷ 43 ହଜାରରେ ପହଞ୍ଚିଛି । ପୂର୍ବ 24 ଘଣ୍ଟାରେ ଆକ୍ଟିଭ ମାମଲା ସଂଖ୍ୟା 491 କୁ ବୃଦ୍ଧି ପାଇଅଛି । ଏପର୍ଯ୍ୟନ୍ତ ମୋଟ 84 ଲକ୍ଷ 28 ହଜାର ଲୋକ କରୋନାକୁ ହରାଇ ଆରୋଗ୍ୟ ହୋଇଛନ୍ତି । ପୂର୍ବ 24 ଘଣ୍ଟା ମଧ୍ୟରେ କରୋନାରୁ 44,807 ରୋଗୀ ସୁସ୍ଥ ହୋଇଛନ୍ତି ।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ICMR) ଅନୁଯାୟୀ ଦେଶରେ 19 ନଭେମ୍ବର ପର୍ଯ୍ୟନ୍ତ କରୋନା ଭାଇରସ ପାଇଁ ମୋଟ 12 କୋଟି 95 ଲକ୍ଷ ସାମ୍ପୁଲ ପରୀକ୍ଷା କରାଯାଇଅଛି, ସେଥିମଧ୍ୟରୁ ଗତକାଲି 10.83 ଲକ୍ଷ ସାମ୍ପୁଲ ପରୀକ୍ଷା କରାଯାଇଅଛି ।


ସେୟାର କରନ୍ତୁ