Coronavirus: ଦେଶରେ ପୂର୍ବ 24 ଘଣ୍ଟାରେ ଆସିଲା 47 ହଜାରରୁ ଅଧିକ କେସ, 670 ରୋଗୀଙ୍କ ମୃତ୍ୟୁ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଦେଶରେ କରୋନାକୁ ହରାଇବା ପାଇଁ ଲଢେ଼ଇ ଜାରି ରହିଛି, ଏ ଲଢେ଼ଇର ଲକ୍ଷ ଯେପର୍ଯ୍ୟନ୍ତ ଏହା ପାଇଁ ଔଷଧ ଆସିନାହିଁ ସେ ପର୍ଯ୍ୟନ୍ତ ଢିଲା ନାହିଁ । ଭାରତରେ କରୋନା ଭାଇରସ ମହାମାରୀରେ ପୂର୍ବ 24 ଘଣ୍ଟା ମଧ୍ୟରେ 47 ହଜାର 638 ନୂତନ ରୋଗୀ ଚିହ୍ନଟ ହେବା ପରେ ଦେଶରେ ମୋଟ ସଂକ୍ରମିତ ସଂଖ୍ୟା 84 ଲକ୍ଷ 11 ହଜାର 724କୁ ବୃଦ୍ଧି ପାଇଛି । ଦେଶରେ ପୂର୍ବ 24 ଘଣ୍ଟା ମଧ୍ୟରେ 670 ଜଣଙ୍କର ମୃତ୍ୟୁ ହୋଇଛି । ଏହି ଭାଇରସ କାରଣରୁ ଜୀବନ ହାରିଥିବା ଲୋକଙ୍କ ସଂଖ୍ୟା ଏପର୍ଯ୍ୟନ୍ତ ଏକ ଲକ୍ଷ 24 ହଜାର 985 ହୋଇଯାଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଏପର୍ଯ୍ୟନ୍ତ ଦେଶରେ 77 ଲକ୍ଷ 65 ହଜାର 966 ଲୋକ ଆରୋଗ୍ୟ ଲାଭ କରିଛନ୍ତି । ପୂର୍ବ 24 ଘଣ୍ଟା ମଧ୍ୟରେ 54 ହଜାର 157 ରୋଗୀ କରୋନାକୁ ହରାଇବାରେ ସଫଳ ହୋଇଛନ୍ତି ଏବଂ ହସ୍ପିଟାଲରୁ ଡ଼ିସଚାର୍ଜ ହୋଇକରି ଘରକୁ ଫେରିଛନ୍ତି । ବର୍ତ୍ତମାନ 5 ଲକ୍ଷ 20 ହଜାର 773 ଲୋକ ଚିକିତ୍ସିତ ହେଉଛନ୍ତି ।


ସେୟାର କରନ୍ତୁ