ଅକ୍ଷୟ କୁମାର ଫିଟନେସ ପାଇଁ ସବୁଦିନେ ପିଅନ୍ତି ଗୋମୂତ୍ର, ଜାଣନ୍ତୁ ଗୋମୂତ୍ର ସେବନର ଅଦ୍ଭୂତ ଫାଇଦା

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ଅକ୍ଷୟ କୁମାର ନିସନ୍ଦେହରେ ବଲିଉଡରେ ସବୁଠାରୁ ଫିଟ୍ ଅଭିନେତାମାନଙ୍କ ମଧ୍ୟରୁ ଜଣେ ଅଟନ୍ତି । ଫିଟନେସ୍ ପାଇଁ ସେ ନିୟମିତ ଭାବରେ ଡାଏଟ୍ ଅଭ୍ୟାସ କରନ୍ତି ଏବଂ ଏକ ସୁସ୍ଥ ଜୀବନ ଶୈଳି ଅଭ୍ୟାସ ଗ୍ରହଣ କରିବା ବିଷୟରେ ସର୍ବଦା ସଚେତନ ରୁହନ୍ତି । ନିକଟରେ ଏକ ଇନଷ୍ଟାଗ୍ରାମ ଲାଇଭ୍ ଅଧିବେଶନରେ ବଲିଉଡ ତାରକା ଅକ୍ଷୟ କୁମାର ୱାଇଲିଡଲାଇଫ ଏଡ଼ବେଞ୍ଚରର ବିୟର ଗ୍ରିଲ୍ସଙ୍କ ନିକଟରେ ନିଜର ଫିଟନେସ୍ ପ୍ରକାଶ କରି କହିଛନ୍ତି ଯେ ସେ ପ୍ରତିଦିନ ଗୋ ମୂତ୍ର ପିଇଥାନ୍ତି । ଆୟୁର୍ବେଦରେ ଗୋମୁତ୍ର ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ବିକଳ୍ପ ଔଷଧ ପ୍ରଣାଳୀ ଅନୁଯାୟୀ ଗୋ ପରିସ୍ରା ହେଉଛି ଅନେକ ଖଣିଜ ପଦାର୍ଥର ପ୍ରାକୃତିକ ଉତ୍ସ ଏବଂ ଏହାକୁ ଦୈନନ୍ଦିନ ସେବନ କଲେ ଶରୀରକୁ ବିଭିନ୍ନ ପୁଷ୍ଟିକର ଅଭାବ ଦୂର କରିବାରେ ସାହାଯ୍ୟ କରିଥାଏ ।

ବର୍ତ୍ତମାନ ସମୟରେ ପ୍ରକାଶିତ ବହି ଅନୁଯାୟୀ, ଆସନ୍ତୁ ଜାଣିବା ଗୋ ମୂତ୍ରର କିଛି ଉପକାରିତା ବିଷୟରେ …

ଶରୀରରୁ ସମସ୍ତ ବିଷାକ୍ତ ପଦାର୍ଥ ବାହାର କରିବାରେ ଗୋମୂତ୍ର ସହାୟକ ହୋଇଥାଏ, ଯାହା ମଧୁମେହ, ମୋଟାପଣ, ଉଚ୍ଚ ରକ୍ତଚାପ ଇତ୍ୟାଦି ଆଶଙ୍କାକୁ ହ୍ରାସ କରିଥାଏ । ଏହା ବ୍ୟତୀତ ଗୋ ମୂତ୍ର ଘର ଏବଂ କୃଷିରେ କୀଟନାଶକ ନିୟନ୍ତ୍ରଣ ପାଇଁ ଏକ ସ୍ପ୍ରେ ଭାବରେ ମଧ୍ୟ ବ୍ୟବହୃତ ହୁଏ ।


ସେୟାର କରନ୍ତୁ