Coronavirus: ଭାରତରେ କରୋନା ମାମଲା 39 ଲକ୍ଷ ପାର, ମୋଟ ମୃତ୍ୟୁ ସଂଖ୍ୟା 68,472କୁ ବୃଦ୍ଧି

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ : ଦେଶରେ କରୋନାର ଗତି ଥମିବାର ନାମ ନେଉନାହିଁ । ସେପ୍ଟେମ୍ବର 4 ଶୁକ୍ରବାର ଦିନ,କରୋନା ମାମଲା ଦେଶରେ 39 ଲକ୍ଷ ଅତିକ୍ରମ କରିଛି । ପୂର୍ବ 24 ଘଣ୍ଟା ମଧ୍ୟରେ ଦେଶରେ 83,341 ନୂତନ କରୋନାଭାଇରସ୍ ମାମଲା ରିପୋର୍ଟ ହୋଇଅଛି ଏବଂ ଏହା ସହିତ ମୋଟ କରୋନା ମାମଲା ସଂଖ୍ୟା 39,36,747 ହୋଇଛି । ଏଥି ସହିତ ଗୋଟିଏ ଦିନରେ 1,096 ରୋଗୀଙ୍କର ମୃତ୍ୟୁ ହୋଇଅଛି । ଏହି ଭାଇରସ ଯୋଗୁଁ ଏପର୍ଯ୍ୟନ୍ତ ଦେଶରେ 68,472 ଲୋକ ପ୍ରାଣ ହରାଇଛନ୍ତି ।

ତେବେ ଏହି ରୋଗରୁ ଠିକ ହୋଇଥିବା ଲୋକଙ୍କ ସଂଖ୍ୟା ମଧ୍ୟ 30 ଲକ୍ଷ ଅତିକ୍ରମ କରିଛି । ଦେଶରେ ରିକବରୀ ରେଟ 77.14% ରେ ଚାଲିଛି । ପୂର୍ବ 24 ଘଣ୍ଟା ମଧ୍ୟରେ 66,659 ରୋଗୀ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ ମୋଟ ଆରୋଗ୍ୟ ରୋଗୀଙ୍କ ସଂଖ୍ୟା ହେଉଛି 30,37,151 ଅଟେ । ତେବେ ମୋଟ ମାମଲାର ଆକ୍ଟିଭ ରୋଗୀଙ୍କ ସଂଖ୍ୟା ହେଉଛି 21.11% ଅର୍ଥାତ୍ 8,31,124 ଅଟେ । ବର୍ତ୍ତମାନ କରୋନା ମୃତ୍ୟୁ ହାର 1.73% ରେ ଚାଲୁଅଛି ।

ତେବେ ପଜିଟିଭିଟି ହାର 7.12%ରେ ଚାଲୁଅଛି, ଅର୍ଥାତ୍ ଘଟୁଥିବା ସମସ୍ତ ପରୀକ୍ଷା ମଧ୍ୟରୁ ସେମାନଙ୍କ ମଧ୍ୟରୁ 7.12% ପଜିଟିଭି ଆସୁଅଛି । ପୂର୍ବ 24 ଘଣ୍ଟା ମଧ୍ୟରେ 11,69,765 ପରୀକ୍ଷା ହୋଇଛି । ଆଜି ପର୍ଯ୍ୟନ୍ତ ଦେଶରେ ମୋଟ 4,66,79,145 ପରୀକ୍ଷା କରାଯାଇଛି ।


ସେୟାର କରନ୍ତୁ