ରାଜ୍ୟରେ ସୁସ୍ଥ ହେଲେ 3484 ଜଣ କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା 80770

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଆଜି ରାଜ୍ୟରେ 3484 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 80770ରେ ପହଁଞ୍ଚିଛି । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।

ତେବେ ଏହି ସୁସ୍ଥ 3484 କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଧାର 890, ଯାଜପୁରରୁ 314, ରାୟଗଡାରୁ 302, ଗଞ୍ଜାମରୁ 253, କେନ୍ଦ୍ରାପଡାରୁ 162, କଟକରୁ 134, ମୟୂରଭଞ୍ଜରୁ 131, କୋରାପୁଟରୁ 130, ନୟାଗଡରୁ 126, ବାଲେଶ୍ୱରରୁ 105, ମାଲକାନଗିରିରୁ 87, ସୁନ୍ଦରଗଡରୁ 86, ସମ୍ବଲପୁରରୁ 84, ପୁରୀରୁ 82, ଭଦ୍ରକରୁ 63, ଜଗତସିଂହପୁରରୁ 62, ଝାରସୁଗୁଡାରୁ 59, ବରଗଡରୁ 57, ବଲାଙ୍ଗୀରରୁ 54, କନ୍ଧମାଳରୁ 52, ଅନୁଗୋଳରୁ 51, କେଉଁଝରରୁ 46, ସୋନପୁରରୁ 35, ନବଙ୍ଗପୁରରୁ 25, ଢେଙ୍କାନାଳରୁ 23, ଗଜପତିରୁ 23, କଳାହାଣ୍ଡିରୁ 16, ବୌଦ୍ଧରୁ 12, ଦେବଗଡରୁ 7, ନୂଆପଡାରୁ 4 ଜଣ ଆରୋଗ୍ୟ ଲାଭ କରିଛନ୍ତି ।


ସେୟାର କରନ୍ତୁ