ଦେଶରେ 24 ଘଣ୍ଟାରେ ଆସିଲା 76 ହଜାର ନୂଆ କରୋନା ମାମଲା, 1021 ରୋଗୀଙ୍କ ମୃତ୍ୟୁ, ଏପର୍ଯ୍ୟନ୍ତ ପାଖାପାଖି 35 ଲକ୍ଷ ସଂକ୍ରମିତ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଦେଶରେ ମୋଟ କରୋନା ସଂକ୍ରମଣର ସଂଖ୍ୟା ପାଖାପାଖି 35 ଲକ୍ଷରେ ପହଞ୍ଚିଛି ଏବଂ 62 ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ପୂର୍ବ 24 ଘଣ୍ଟା ମଧ୍ୟରେ ଦେଶରେ 76,472 ନୂତନ ମାମଲା ଚିହ୍ନଟ ହୋଇଛି ଏବଂ 1,021 ଲୋକ ପ୍ରାଣ ହରାଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତାଜା ସଂଖ୍ୟା ମୁତାବକ, ଦେଶରେ ଏବେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା 34 ଲକ୍ଷ 63 ହଜାରରେ ପହଞ୍ଚିଛି । ଏଥିମଧ୍ୟରୁ 62,550 ଜଣଙ୍କର ମୃତ୍ୟୁ ହୋଇଛି । ଆକ୍ଟିଭ ମାମଲା ସଂଖ୍ୟା ହେଉଛି 7 ଲକ୍ଷ 52 ହଜାର ଏବଂ 26 ଲକ୍ଷ 48 ହଜାର ଲୋକ ଏହି ରୋଗରୁ ଆରୋଗ୍ୟ ଲାଭ କରିଛନ୍ତି । ଗୋଟିଏ ଦିନ ପୂର୍ବରୁ ଦେଶରେ ଏକ ରେକର୍ଡ 77,266 ନୂଆ ମାମଲା ରୁଜୁ ହୋଇଥିଲା ।

ଆକ୍ଟିଭ କେସ ମାମଲାରେ ଟପ 5 ରାଜ୍ୟ
ସଂଖ୍ୟା ମୁତାବକ, ମହାରାଷ୍ଟ୍ରରେ ଦେଶରେ ସବୁଠାରୁ ଅଧିକ ଆକ୍ଟିଭ ମାମଲା ରହିଛି । ମହାରାଷ୍ଟ୍ରରେ ଦେଢ଼ ଲକ୍ଷରୁ ଅଧିକ ସଂକ୍ରମିତ ଲୋକଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ଏହା ପରେ ତାମିଲନାଡୁ ଦିତୀୟ ସ୍ଥାନରେ, ଦିଲ୍ଲୀ ତୃତୀୟ ସ୍ଥାନରେ, ଗୁଜୁରାଟ ଚତୁର୍ଥ ନମ୍ବରରେ ଏବଂ ପଶ୍ଚିମବଙ୍ଗରେ ପଞ୍ଚମ ସ୍ଥାନରେ ରହିଛି । ଏହି ପାଞ୍ଚଟି ରାଜ୍ୟରେ ସର୍ବାଧିକ ଆକ୍ଟିଭ ମାମଲା ରହିଛି । ଆକ୍ଟିଭ ମାମଲାରେ ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି । କରୋନା ସଂକ୍ରମଣ ସଂଖ୍ୟା ଅନୁଯାୟୀ ଭାରତ ବିଶ୍ୱର ତୃତୀୟ ସର୍ବାଧିକ ପ୍ରଭାବିତ ଦେଶ ଅଟେ । ଆମେରିକା ଏବଂ ବ୍ରାଜିଲ ପରେ କରୋନା ମହାମାରୀ ଦ୍ୱାରା ଭାରତ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ।


ସେୟାର କରନ୍ତୁ