ରାଜ୍ୟରେ 3371 କରୋନା ପଜିଟିଭ ଚି଼ହ୍ନଟ, ମୋଟ ପଜିଟିଭ ସଂଖ୍ୟା 87602କୁ ବୃଦ୍ଧି

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଥମିବାର ନାଁ ଧରୁନାହିଁ । ରାଜ୍ୟରେ ପୁଣି 3371 କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 87602କୁ ବୃଦ୍ଧି ଘଟିଛି । ରାଜ୍ୟରେ ଏହି ନୂତନ ଚିହ୍ନଟ ହୋଇଥିବା 3371 ଜଣଙ୍କ ମଧ୍ୟରୁ 2053 ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ଜଣାପଡିଥିବାବେଳେ 1318 ଜଣ ଲୋକାଲ କଣ୍ଟାକଟ କେସ ବୋଲି ଜଣାପଡିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

ତେବେ ଏହି 3371 ଜଣ ନୂତନ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲାରୁ 63 ଜଣ, ବାଲେଶ୍ୱର ଜିଲ୍ଲାରୁ 98 ଜଣ, ବରଗଡ଼ ଜିଲ୍ଲାରୁ 98 ଜଣ, ଭଦ୍ରକ ଜିଲ୍ଲାରୁ 114 ଜଣ, ବଲାଙ୍ଗୀର ଜିଲ୍ଲାରୁ 76 ଜଣ, ବୌଦ୍ଧ ଜିଲ୍ଲାରୁ 4 ଜଣ, କଟକ ଜିଲ୍ଲାରୁ 357 ଜଣ, ଦେବଗଡ଼ ଜିଲ୍ଲାରୁ 8 ଜଣ, ଢ଼େଙ୍କାନାଳ ଜିଲ୍ଲାରୁ 67 ଜଣ, ଗଜପତି ଜିଲ୍ଲାରୁ 41 ଜଣ, ଗଞ୍ଜାମ ଜିଲ୍ଲାରୁ 196 ଜଣ, ଜଗତସିଂହପୁର ଜିଲ୍ଲାରୁ 95 ଜଣ, ଯାଜପୁର ଜିଲ୍ଲାରୁ 173 ଜଣ, ଝାରସୁଗୁଡ଼ା ଜିଲ୍ଲାରୁ 93 ଜଣ, କଳାହାଣ୍ଡି ଜିଲ୍ଲାରୁ 28 ଜଣ, କନ୍ଧମାଳ ଜିଲ୍ଲାରୁ 41 ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ 76 ଜଣ, କେନ୍ଦୁଝର ଜିଲ୍ଲାରୁ 74 ଜଣ, ଖୋର୍ଦ୍ଧା ଜିଲ୍ଲାରୁ 547 ଜଣ, କୋରାପୁଟ ଜିଲ୍ଲାରୁ 91 ଜଣ, ମାଲାକାନଗିରି ଜିଲ୍ଲାରୁ 134 ଜଣ, ମୟୁରଭଞ୍ଜ ଜିଲ୍ଲାରୁ 92 ଜଣ, ନବରଙ୍ଗପୁର ଜିଲ୍ଲାରୁ 65 ଜଣ, ନୟାଗଡ଼ ଜିଲ୍ଲାରୁ 171 ଜଣ, ନୂଆପଡ଼ା ଜିଲ୍ଲାରୁ 15 ଜଣ, ପୁରୀ ଜିଲ୍ଲାରୁ 144 ଜଣ, ରାୟଗଡ଼ା ଜିଲ୍ଲାରୁ 146 ଜଣ, ସମ୍ବଲପୁର ଜିଲ୍ଲାରୁ 107 ଜଣ, ସୁବର୍ଣ୍ଣପୁର ଜିଲ୍ଲାରୁ 3 ଜଣ ଓ ସୁନ୍ଦରଗଡ଼ ଜିଲ୍ଲାରୁ 154 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏବେ ରାଜ୍ୟରେ ମୋଟ 87602 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ 27638ଟି ଆକ୍ଟିଭ କେସ୍ ରହିଅଛି ଏବଂ 59470 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।


ସେୟାର କରନ୍ତୁ