ରାଜ୍ୟରେ 2819 କରୋନା ପଜିଟିଭ ଚି଼ହ୍ନଟ, ମୋଟ ପଜିଟିଭ ସଂଖ୍ୟା 75537କୁ ବୃଦ୍ଧି

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଥମିବାର ନାଁ ଧରୁନାହିଁ । ରାଜ୍ୟରେ ପୁଣି 2819 କରୋନା ପଜିଟିଭ ଚି଼ହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 75537କୁ ବୃଦ୍ଧି ଘଟିଛି । ରାଜ୍ୟରେ ଏହି ନୂତନ ଚିହ୍ନଟ ହୋଇଥିବା 2819 ଜଣଙ୍କ ମଧ୍ୟରୁ 1691 ଜଣ କ୍ଵାରେଣ୍ଟିନ ସେଣ୍ଟରରୁ ଜଣାପଡିଥିବାବେଳେ 1128 ଜଣ ଲୋକାଲ କଣ୍ଟାକଟ କେସ ବୋଲି ଜଣାପଡିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ପ୍ରଦାନ କରାଯାଇଛି ।

ତେବେ ନୂତନ ଚିହ୍ନଟ ହୋଇଥିବା 2819 ଜଣ କରୋନା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ 23 ଜଣ, ବାଲେଶ୍ୱର ଜିଲ୍ଲାରୁ 105 ଜଣ, ବରଗଡ଼ ଜିଲ୍ଲାରୁ 136 ଜଣ, ଭଦ୍ରକ ଜିଲ୍ଲାରୁ 77 ଜଣ, ବଲାଙ୍ଗୀର ଜିଲ୍ଲାରୁ 56 ଜଣ, ବୌଦ୍ଧ ଜିଲ୍ଲାରୁ 6 ଜଣ, କଟକ ଜିଲ୍ଲାରୁ 257 ଜଣ, ଢେଙ୍କାନାଳ ଜିଲ୍ଲାରୁ 100 ଜଣ, ଗଜପତି ଜିଲ୍ଲାରୁ 62 ଜଣ, ଗଞ୍ଜାମ ଜିଲ୍ଲାରୁ 192 ଜଣ,ଜଗତସିଂହପୁର ଜିଲ୍ଲାରୁ 48 ଜଣ, ଯାଜପୁର ଜିଲ୍ଲାରୁ 120 ଜଣ, ଝାରସୁଗୁଡ଼ା ଜିଲ୍ଲାରୁ 63 ଜଣ, କଳାହାଣ୍ଡି ଜିଲ୍ଲାରୁ 55 ଜଣ, କନ୍ଧମାଳ ଜିଲ୍ଲାରୁ 44 ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ 62 ଜଣ, କେନ୍ଦୁଝର 7 ଜଣ, ଖୋର୍ଦ୍ଧା ଜିଲ୍ଲାରୁ 443 ଜଣ, କୋରାପୁଟ ଜିଲ୍ଲାରୁ 81 ଜଣ,ମାଲକାନଗିରି ଜିଲ୍ଲାରୁ 83 ଜଣ, ମୟୁରଭଞ୍ଜ ଜିଲ୍ଲାରୁ 219 ଜଣ, ନବରଙ୍ଗପୁର ଜିଲ୍ଲାରୁ 43 ଜଣ, ନୟାଗଡ଼ ଜିଲ୍ଲାରୁ 64 ଜଣ, ନୂଆପଡ଼ା ଜିଲ୍ଲାରୁ ଜଣେ, ପୁରୀ ଜିଲ୍ଲାରୁ 109 ଜଣ, ରାୟଗଡ଼ା ଜିଲ୍ଲାରୁ 147 ଜଣ, ସମ୍ବଲପୁର ଜିଲ୍ଲାରୁ 145 ଜଣ, ସୋନପୁର ଜିଲ୍ଲାରୁ 14 ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ 57 ଜଣ ଚି଼ହ୍ନଟ ହୋଇଛନ୍ତି ।

ଏବେ ରାଜ୍ୟରେ ମୋଟ 75537 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ 24582ଟି ଆକ୍ଟିଭ କେସ୍ ରହିଅଛି ଏବଂ 50503 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।


ସେୟାର କରନ୍ତୁ