ଖେସରୀ ଲାଲ ଯାଦବ ଏବଂ ରାନୀ ଚାଟାର୍ଜୀଙ୍କ ଭୋଜପୁରୀ ଗୀତ ୟୁଟ୍ୟୁବରେ କରୁଅଛି ଧମାଲ, ଦେଖନ୍ତୁ ଭିଡ଼ିଓ

ସିନେମା
ସେୟାର କରନ୍ତୁ

ଭୋଜପୁରୀ ଭିଡିଓ ଗୀତ : ଅଭିନେତ୍ରୀ ରାନୀ ଚାଟାର୍ଜୀ ଏବଂ ଅଭିନେତା ଖେସରୀ ଲାଲ ଯାଦବ ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଜଣେ ଫେମସ ଚେହେରା ଅଟନ୍ତି । ଏହି ଦୁଇ ତାରକା ଅନେକ ଫିଲ୍ମ ଏବଂ ଗୀତରେ ଏକାଠି ନଜର ଆସିଛନ୍ତି । ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରିର ବୋଲଡ଼ ଅଭିନେତ୍ରୀମାନଙ୍କ ମଧ୍ୟରୁ ରାନୀ ଚାଟାର୍ଜୀ ଅନ୍ୟତମ । ଏହି ଅଭିନେତ୍ରୀ ଇନଷ୍ଟାଗ୍ରାମରେ ମଧ୍ୟ ବହୁତ ଆକ୍ଟିଭ ଅଟନ୍ତି । ସେ ପ୍ରାୟତ ତାଙ୍କ ଫଟୋସୁଟର ଫଟୋ ଏବଂ ଭିଡିଓ ପ୍ରଶଂସକଙ୍କ ସହ ସେୟାର କରନ୍ତି । ଯାହାକି ତାଙ୍କର ଚାହିଁବା ବାଲାଙ୍କୁ ବହୁତ ପସନ୍ଦ ଆସିଥାଏ । ଆଜିକାଲି ଖେସରୀ ଲାଲ ଯାଦବ ଏବଂ ରାନୀ ଚାଟାର୍ଜୀଙ୍କ ଏକ ଭୋଜପୁରୀ ଗୀତ ‘ବଙ୍ଗଲା ବାଲି ଜଙ୍ଗଲା ସେ ଲାଇନ ମାରିଲି’ ୟୁଟ୍ୟୁବରେ ଛାଇ ହୋଇ ଯାଇଛି ।

ଗୀତରେ ରାନୀଙ୍କୁ ବହୁତ ଗରମ ଅବତାରରେ ଦେଖିବାକୁ ମିଳୁଛନ୍ତି । କମେଣ୍ଟ ଦେଇ ପ୍ରଶଂସକମାନେ ଖେସରୀ ଲାଲ ଏବଂ ରାନୀ ଚାଟାର୍ଜୀଙ୍କ ରୋମାଣ୍ଟିକ ଅବତାରକୁ ପ୍ରଶଂସା କରୁଛନ୍ତି । ଏହି ଗୀତଟି ୱାର୍ଲଡ ୱାଇଡ଼ି ରେକର୍ଡସ ଭୋଜପୁରୀର ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ରିଲିଜ କରାଯାଇଛି । ଏପର୍ଯ୍ୟନ୍ତ ୟୁଟ୍ୟୁବରେ 30 ଲକ୍ଷରୁ ଅଧିକ ଲୋକ ଏହାକୁ ଦେଖିସାରିଲେଣି ।

ଏହି ରୋମାଣ୍ଟିକ ଗୀତକୁ ଖେସରୀ ଲାଲ ଯାଦବ ଏବଂ କଳ୍ପନା ମିଶିକରି ଗାଇଛନ୍ତି । ଏହି ଗୀତର ଲିରିକ୍ସ ଆଜାଦ ସିଂ ଲେଖିଛନ୍ତି । ଖେସରୀ ଲାଲ ଏବଂ ରାନୀ ଚାଟାର୍ଜୀଙ୍କ ଏହି ରୋମାଣ୍ଟିକ ଗୀତ ଭୋଜପୁରୀ ଫିଲ୍ମ ‘ଜନମ’ର ଅଟେ । ଏହି ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ଅଜୟ କୁମାର ଝା । ନିର୍ମାତା ହେଉଛନ୍ତି ଦୁର୍ଗା ପ୍ରସାଦ ମଜୁମଦାର ଏବଂ ଅନୁଜ କୁମାର । ଏହି ଫିଲ୍ମର କାହାଣୀ ଅରବିନ୍ଦ ତିୱାରୀ ଲେଖିଛନ୍ତି । ଅବିନାଶ ଝାଙ୍କ ଦ୍ୱାରା ସଙ୍ଗୀତ ଦିଆଯାଇଛି । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଖେସରୀ ଲାଲ ଯାଦବ, ବିରଜ ଭଟ୍ଟ, ରାନୀ ଚାଟାର୍ଜୀ ଏବଂ ପୁଣମ୍ ଦୁବେ ପ୍ରମୁଖ ଅଭିନୟ କରିଛନ୍ତି ।

ନିକଟରେ ରାନୀ ଚାଟାର୍ଜୀ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କର ଲଟେଷ୍ଟ ଫଟୋସୁଟର କିଛି ଫଟୋ ସେୟାର କରିଛନ୍ତି, ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଫଟୋରେ ଅଭିନେତ୍ରୀଙ୍କୁ ବହୁତ ବୋଲ୍ଡ ଲୁକରେ ଦେଖିବାକୁ ମିଳିଛି ।


ସେୟାର କରନ୍ତୁ