ୟୁଟ୍ୟୁବରେ ଧୁମ ମଚାଉଛି ଅକ୍ଷରା ସିଂହ ଏବଂ ଖେସାରି ଲାଲଙ୍କ ରୋମାଣ୍ଟିକ ଗୀତ,ମିଳିସାରିଲାଣି 1 କୋଟି ବ୍ୟୁଜ

ସିନେମା
ସେୟାର କରନ୍ତୁ

ଭୋଜପୁରୀ ଗୀତ: ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ ଅକ୍ଷରା ସିଂହ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ଅଛନ୍ତି । ଅକ୍ଷରା ସର୍ବଦା ସୋସିଆଲ ମିଡିଆରେ ନିଜର ବୋଲ୍ଡ ଫଟୋ ଏବଂ ଭିଡିଓ ସେୟାର କରି ସବୁବେଳେ ଚର୍ଚାରେ ରହିଥାନ୍ତି । ଇନଷ୍ଟାଗ୍ରାମରେ ଏହି ଅଭିନେତ୍ରୀଙ୍କ 1.7 ମିଲିୟନରୁ ଅଧିକ ଫଲୋଅର୍ଶ ଅଛନ୍ତି । ତାଙ୍କର ଏହି ପ୍ରଶଂସକମାନେ ତାଙ୍କର ଫଟୋ ଏବଂ ଭିଡିଓ ଆସିବାକୁ ଅପେକ୍ଷା କରନ୍ତି । ଏହି ସମୟରେ ଅକ୍ଷରା ସିଂହଙ୍କ ଏକ ଗୀତ ୟୁଟ୍ୟୁବରେ ଛାଇ ହୋଇଯାଇଛି । ଏହି ଗୀତରେ ଅକ୍ଷରା ଭୋଜପୁରୀ ସୁପରଷ୍ଟାର ଖେସରୀ ଲାଲ ଯାଦବଙ୍କ ସହ ନଜର ଆସିଛନ୍ତି ।

ଅକ୍ଷରା ଏବଂ ଖେସରୀ ଲାଲ ଯାଦବଙ୍କ ଭୋଜପୁରୀ ଗୀତ ‘ଆଗ ଲଗେ ନା ରାଜା’ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଛି । ଏହି ଗୀତରେ ଖେସରୀ ଲାଲ ଅକ୍ଷରାଙ୍କ ସହ ରୋମାନ୍ସ କରୁଥିବା ନଜର ଆସିଛନ୍ତି । ଉଭୟଙ୍କ ବୋଲ୍ଡ କେମେଷ୍ଟ୍ରି ଗୀତରେ ଧମାଲ ମଚାଇଛି । ଏହି ଗୀତଟି ଆର୍ଯ୍ୟ ଡିଜିଟାଲର ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ମୁକ୍ତିଲାଭ କରିଛି, ଯାହା ଦର୍ଶକଙ୍କ ଠାରୁ ବହୁତ ଭଲ ପାଇବା ପାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଗୀତଟି ୟୁଟ୍ୟୁବରେ 1 କୋଟିରୁ ଅଧିକ ବ୍ୟୁଜ ପାଇଛି । ଏହି ଗୀତରେ ଅକ୍ଷରା ସିଂଙ୍କ ଡ୍ୟାନ୍ସ ଏବଂ ଲୁକ ଚାର ଚାନ୍ଦ ଲଗାଇ ଦେଇଛି ।

‘ଆଗ ଲଗେ ନା ରାଜା’ ଗୀତକୁ ଖେସରୀ ଲାଲ ଯାଦବ ଏବଂ କଳ୍ପନା ମିଶିକରି ଗାଇଛନ୍ତି । ଗୀକୁ ବିଭାକର ପାଣ୍ଡେ ଲେଖିଛନ୍ତି । ଏହି ଗୀତ ଭୋଜପୁରୀ ଫିଲ୍ମ ‘ବେତାବ’ର ଅଟେ । ଏହି ଫିଲ୍ମରେ ଖେସରୀ ଲାଲ ଯାଦବ, କୃଷ୍ଣ, ପ୍ରିୟା ଶର୍ମା, ଉମେଶ ସିଂ ଅକ୍ଷରା ସିଂ ଏବଂ ଅନୁପ ଆରୋରା ଅଭିନୟ କରିଛନ୍ତି ।

ନିକଟରେ ଅକ୍ଷରା ସିଂହ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତାଙ୍କର ଏହି ଭିଡିଓରେ 34 ହଜାରରୁ ଅଧିକ ଲାଇକ୍ ଆସିଅଛି । କମେଣ୍ଟ କରି ପ୍ରଶଂସକମାନେ ଅଲଗା-ଅଲଗା ପ୍ରତିକ୍ରିୟା ଦେଉଛନ୍ତି । ଏହି ଲୁକରେ ଅକ୍ଷରା ଏକ ଭିନ୍ନ ଅନ୍ଦାଜରେ ଦେଖାଯାଉଛନ୍ତି ।


ସେୟାର କରନ୍ତୁ