ରାଜ୍ୟରେ ସୁସ୍ଥ ହେଲେ 1544 ଜଣ କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା 30241

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଆଜି ରାଜ୍ୟରେ 1544 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 30241ରେ ପହଁଞ୍ଚିଛି । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।

ତେବେ ଏହି ସୁସ୍ଥ 1544 କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 560 ଜଣ, ଖୋର୍ଦ୍ଧା ଜିଲ୍ଲାରୁ 203 ଜଣ, କୋରାପୁଟ ଜିଲ୍ଲାରୁ 143 ଜଣ, ଗଜପତି ଜିଲ୍ଲାରୁ 75 ଜଣ, ନୟାଗଡ଼ରୁ 62 ଜଣ, ସୁନ୍ଦରଗଡ଼ରୁ 59 ଜଣ, କନ୍ଧମାଳରୁ 41 ଜଣ, କଟକରୁ 37 ଜଣ, କଳାହାଣ୍ଡି ଓ ରାୟଗଡ଼ାରୁ 36 ଜଣ ଲେଖାଏଁ ଓ ଯାଜପୁର ଜିଲ୍ଲାରୁ 34 ଜଣ, ବାଲେଶ୍ୱର ଜିଲ୍ଲାରୁ 33 ଜଣ, ପୁରୀରୁ 32 ଜଣ, ସମ୍ବଲପୁରରୁ 31 ଜଣ, ମାଲକାନଗିରିରୁ 24 ଜଣ, କେନ୍ଦ୍ରାପଡ଼ାରୁ 21 ଜଣ, କେନ୍ଦୁଝରରୁ 17 ଜଣ, ବରଗଡ଼, ବଲାଙ୍ଗୀରରୁ 16 ଜଣ ଲେଖାଏଁ, ଢେଙ୍କାନାଳରୁ 13 ଜଣ, ମୟୂରଭଂଜରୁ 12 ଜଣ, ଭଦ୍ରକ, ଜଗତସିଂହପୁର, ସୁବର୍ଣ୍ଣପୁରରୁ 8 ଜଣ ଲେଖାଏଁ, ନୂଆପଡ଼ା ଓ ଅନୁଗୁଳରୁ 6 ଜଣ ଲେଖାଏଁ, ନବରଙ୍ଗପୁରରୁ 4 ଜଣ ଏବଂ ଝାରସୁଗୁଡା 3 ଜଣ ସୁସ୍ଥ ହୋଇଛନ୍ତି ।


ସେୟାର କରନ୍ତୁ