ରାଜ୍ୟରେ ସୁସ୍ଥ ହେଲେ 681 ଜଣ କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା 21954

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଆଜି ରାଜ୍ୟରେ 681 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 21954ରେ ପହଁଞ୍ଚିଛି । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।

ତେବେ ଏହି ସୁସ୍ଥ 681 କରୋନା ଆକ୍ରାନ୍ତଙ୍କ ମଧ୍ୟରେ କଟକ ଜିଲ୍ଲାରୁ 91 ଜଣ, ଗଜପତି ଜିଲ୍ଲାରୁ 88 ଜଣ, କୋରାପୁଟ 66 ଜଣ, ଖୋର୍ଦ୍ଧା ଜିଲ୍ଲାରୁ 61 ଜଣ,ରାୟଗଡ଼ା ଜିଲ୍ଲାରୁ 57 ଜଣ, ଗଞ୍ଜାମରୁ 43 ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ 32 ଜଣ, ନୟାଗଡ଼ ଜିଲ୍ଲାରୁ 30 ଜଣ, ସୋନପୁର 25 ଜଣ, ଯାଜପୁର ଜିଲ୍ଲାରୁ 21 ଜଣ, କନ୍ଧମାଳ ଜିଲ୍ଲାରୁ 20 ଜଣ, ଢ଼େଙ୍କାନାଳ ଜିଲ୍ଲାରୁ 18 ଜଣ, କେନ୍ଦୁଝର ଜିଲ୍ଲାରୁ 18 ଜଣ, ଭଦ୍ରକ ଜିଲ୍ଲାରୁ 16 ଜଣ, ସମ୍ବଲପୁର ଜିଲ୍ଲାରୁ 15 ଜଣ, ଜଗତସିଂହପୁର 14 ଜଣ, ଯାଜପୁର 14 ଜଣ, ଦେଓଘର 13 ଜଣ, ମୟୂରଭଂଜ ଓ ପୁରୀ 10 ଲେଖାଏଁ, ଝାରସୁଗୁଡ଼ା ଓ କଳାହାଣ୍ଡି 7 ଲେଖାଏଁ, ବଲାଙ୍ଗୀର ଜିଲ୍ଲାରୁ 6 ଜଣ, ଅନୁଗୁଳ, ବାଲେଶ୍ୱର ଓ ମାଲକାନଗିର 5 ଲେଖାଏଁ, କେନ୍ଦ୍ରାପଡ଼ା 4 ଜଣ,ବୌଧ ଜିଲ୍ଲାରୁ ଜଣେ ସୁସ୍ଥ ହୋଇଛନ୍ତି ।


ସେୟାର କରନ୍ତୁ