Coronavirus: ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 15 ଲକ୍ଷ ପାର, ଏପର୍ଯ୍ୟନ୍ତ 65% ଠିକ ହୋଇଛନ୍ତି, 2.23% ମୃତ୍ୟୁ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସର ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଅଛି । ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 15 ଲକ୍ଷ ପାର ହୋଇଛି । ତେବେ ମୃତ୍ୟୁର ସଂଖ୍ୟା ମଧ୍ୟ ତେଜିରେ ବଢୁଅଛି । ପୂର୍ବ 24 ଘଣ୍ଟାରେ 48 ହଜାର 513 ନୂଆ ରୋଗୀ ସାମ୍ନାକୁ ଆସିଛନ୍ତି ଏବଂ 768 ରୋଗୀଙ୍କର ମୃତ୍ୟୁ ହୋଇଅଛି । ଏହି ମୃତ୍ୟୁର ସଂଖ୍ୟା ଆଜି ଆମେରିକା ଏବଂ ବ୍ରାଜିଲ ପରେ ଦୁନିଆରେ ସବୁଠାରୁ ଅଧିକ ଅଟେ । ଆମେରିକା ଏବଂ ବ୍ରାଜିଲରେ ପୂର୍ବ 24 ଘଣ୍ଟାରେ କ୍ରମଶଃ 1,235 ଓ 955 ମୃତ୍ୟୁ ହୋଇଛି ।

2.23% ଲୋକଙ୍କର ହୋଇଛି ମୃତ୍ୟୁ
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତାଜା ସଂଖ୍ୟା ମୁତାବକ, ଭାରତରେ ଏପର୍ଯ୍ୟନ୍ତ 15 ଲକ୍ଷ 31 ହଜାର 669 ଲୋକ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଏଥିମଧ୍ୟରୁ 34,193 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 9 ଲକ୍ଷ 88 ହଜାର 29 ଜଣ ମଧ୍ୟ ଠିକ ହୋଇଛନ୍ତି । ପାଞ୍ଚ ଲକ୍ଷ 9 ହଜାର ଲୋକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଅର୍ଥାତ୍ ଦେଶରେ 33.26% ସକ୍ରିୟ ମାମଲା ରହିଛି, 64.50% ଚିକିତ୍ସା ପରେ ଆରୋଗ୍ୟ ଲାଭ କରିଛନ୍ତି ଏବଂ 2.23% ଲୋକ ପ୍ରାଣ ହରାଇଛନ୍ତି ।

କରୋନା ସଂକ୍ରମଣ ହିସାବରେ ଭାରତ ବିଶ୍ୱର ତୃତୀୟ ସର୍ବାଧିକ ପ୍ରଭାବିତ ଦେଶ ଅଟେ । ଆମେରିକା ଓ ବ୍ରାଜିଲ ପରେ ଗୋଟିଏ ଦିନରେ ସବୁଠାରୁ ଅଧିକ ମାମଲା ମଧ୍ୟ ଭାରତରେ ଦର୍ଜ କରାଯାଉଛି । କିନ୍ତୁ ଯଦି ଆମେ ପ୍ରତି 10 ଲକ୍ଷ ଜନସଂଖ୍ୟାରେ ସଂକ୍ରମିତ ରୋଗ ଏବଂ ମୃତ୍ୟୁହାର ବିଷୟରେ କହିବା, ତେବେ ଅନ୍ୟ ଦେଶ ତୁଳନାରେ ଭାରତ ବହୁତ ଭଲ । ଭାରତ ତୁଳନାରେ ଅଧିକ ମାମଲା ଆମେରିକାରେ (4,498,183), ବ୍ରାଜିଲ (2,484,649)ରେ ଅଛି । ଦେଶରେ କରୋନା ମାମଲାରେ ବୃଦ୍ଧି ହେବାର ଗତି ମଧ୍ୟ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଅଛି ।


ସେୟାର କରନ୍ତୁ