ପ୍ରିୟଙ୍କା ଚୋପ୍ରା ନିକ ଜୋନାସଙ୍କ ସହ କଲେ ଫଟୋ ସେୟାର, କହିଲେ – ଆଜି ଦିନରେ ହୋଇଥିଲା ସଗାଈ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଉଡ ଏବଂ ହଲିଓଡ଼ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କର ଆଜି କେଉଁ ପରିଚୟର ଆବଶ୍ୟକତା ନାହିଁ । ପ୍ରିୟଙ୍କା ଚୋପ୍ରାଙ୍କ ବିବାହର ଦୁଇ ବର୍ଷ ବିତିଗଲାଣି । ଏହି ନିକଟରେ ପ୍ରିୟଙ୍କା ଚୋପ୍ରା ତାଙ୍କର 38 ତମ ଜନ୍ମଦିନ ପାଳନ କରିଛନ୍ତି । ବଲିଉଡ ଏବଂ ତାଙ୍କ ପ୍ରଶଂସକମାନେ ମଧ୍ୟ ତାଙ୍କୁ ଏକ ବିଶେଷ ପ୍ରକାରରେ ଉଇସ କରିଛନ୍ତି । ସବୁବେଳେ ନିକ ଜୋନାସ ଏବଂ ପ୍ରିୟଙ୍କା ଚୋପ୍ରା ସୋସିଆଲ ମିଡିଆରେ ସେମାନଙ୍କର ଫଟୋ ସେୟାର କରନ୍ତି । ଉଭୟଙ୍କ ପ୍ରେମ-କାହାଣୀ ମଧ୍ୟ ଖୁବ ଇନ୍ତ୍ରେଷ୍ଟିଙ୍ଗ ଅଟେ ।

ପ୍ରିୟଙ୍କା ଚୋପ୍ରା ତାଙ୍କ ସ୍ୱାମୀ ନିକ ଜୋନାସଙ୍କ ସହ ଏକ ରୋମାଣ୍ଟିକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କ ସ୍ୱାମୀ ପ୍ରିୟଙ୍କାଙ୍କୁ ଚୁମ୍ବନ ଦେଉଥିବାର ନଜରରେ ଆସିଛନ୍ତି । ଏକାସାଙ୍ଗରେ ଦୁହେଁ ମଧ୍ୟ ପରସ୍ପରକୁ ଆଲିଙ୍ଗନ କରୁଥିବା ଦେଖାଯାଏ । ଏହା ଏକ ଦର୍ପଣ ସେଲଫି ଫଟୋ ।

View this post on Instagram

@britishvogue ❤️ @nickjonas

A post shared by Priyanka Chopra Jonas (@priyankachopra) on

ପ୍ରିୟଙ୍କା ଏହି ରୋମାଣ୍ଟିକ ଫଟୋ ସେୟାର କରି ଲେଖିଛନ୍ତି, ‘ମୋ ଜୀବନର ସବୁଠାରୁ ବଡ ଖୁସି ପାଇଁ । ଦୁଇ ବର୍ଷ ପୂର୍ବେ, ଆଜିର ଦିନରେ ତୁମେ ମୋତେ ବିବାହ କରିବାକୁ କହିଥିଲ । ମୁଁ ସେତେବେଳେ ବହୁତ ଆଶ୍ଚର୍ଯ୍ୟ ହୋଇଥିଲି, କିନ୍ତୁ ସେବେଠାରୁ ମୁଁ ଦିନର ପ୍ରତ୍ୟେକ ମୁହୂର୍ତ୍ତକୁ ହଁ କହିଥାଏ । ଏମିତି ଏକ ସମୟରେ ତୁମେ ଏହି ସପ୍ତାହକୁ ଅବିଶ୍ୱସନୀୟ ରୂପରେ ସ୍ମରଣୀୟ କରି ଦେଲ । ସବୁବେଳେ ମୋ ବିଷୟରେ ଚିନ୍ତା କରିଥିବାରୁ ଧନ୍ୟବାଦ, ମୁଁ ଦୁନିଆର ସବୁଠାରୁ ଭାଗ୍ୟଶାଳୀ ଝିଅ । ମୁଁ ତୁମକୁ ଭଲପାଏ।’

ପ୍ରିୟଙ୍କାଙ୍କୁ ନିକ ଜୋନାସ ଦୁଇ ବର୍ଷ ପୂର୍ବେ ଆଜିର ଦିନରେ ପ୍ରସ୍ତାବ ଦେଇଥିଲେ । ଯେତେବେଳେ ନିକ ଜୋନାସ ତାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ ସେତେବେଳେ ପ୍ରିୟଙ୍କା ଚୋପ୍ରା ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତା’ପରେ ପରେ ସେ ବିବାହ ପାଇଁ ହଁ କହିଥିଲେ । ଏହି ପୋଷ୍ଟ ଉପରେ କମେଣ୍ଟ ଦେଇ ନିକ ଜୋନାସ ଲେଖିଛନ୍ତି, ‘ମୋତେ ହଁ କହିଥିବାରୁ ଧନ୍ୟବାଦ । ମୁଁ ମଧ୍ୟ ତୁମକୁ ଭଲ ପାଏ, ସୁନ୍ଦର ‘।

ଵର୍କଫ୍ରଣ୍ଟର କଥା କହିବାତ ପ୍ରିୟଙ୍କା ଚୋପ୍ରା ଆମାଜନ ସହିତ ଦୁଇ ବର୍ଷର ‘ମଲ୍ଟି ମିଲିୟନ୍ ଡଲାରର ପ୍ରଥମ ଲୁକ୍ ଟେଲିଭିଜନ୍ ଡିଲ୍’ ସ୍ୱାକ୍ଷର କରିଛନ୍ତି । ଅଭିନେତ୍ରୀ ନିଜ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । କହିବାକି ପ୍ରିୟଙ୍କା ଚୋପ୍ରାଙ୍କୁ ‘ଦ ସ୍କାଇ ଇଜ ପିଙ୍କ’ ଫିଲ୍ମରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା ।


ସେୟାର କରନ୍ତୁ