ରାଜ୍ୟରେ ସୁସ୍ଥ ହେଲେ 505 ଜଣ କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା 9255

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଆଜି ରାଜ୍ୟରେ 505 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 9255ରେ ପହଁଞ୍ଚିଛି । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।

ତେବେ ଏହି ସୁସ୍ଥ 505 କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ 248 ଜଣ, ସୁନ୍ଦରଗଡ଼ରୁ 71 ଜଣ, ଖୋର୍ଦ୍ଧାରୁ 52 ଜଣ, କଟକରୁ 45 ଜଣ, ପୁରୀରୁ 11 ଜଣ, ଗଜପତିରୁ 10 ଜଣ, ନବରଙ୍ଗପୁରରୁ 9 ଜଣ, ଯାଜପୁରରୁ 8 ଜଣ, ନୟାଗଡ଼ରୁ 8 ଜଣ, ଜଗତସିଂହପୁରରୁ 7 ଜଣ, ଭଦ୍ରକ ଏବଂ ଢେଙ୍କାନାଳରୁ 6 ଜଣ ଲେଖାଏଁ, ଅନୁଗୁଳରୁ 5 ଜଣ, କନ୍ଧମାଳ, କେନ୍ଦ୍ରାପଡ଼ା ଏବଂ କୋରାପୁଟରୁ 4 ଜଣ ଲେଖାଏଁ ଏବଂ ବରଗଡ଼ରୁ 3 ଜଣ, କେନ୍ଦୁଝରରୁ 2 ଜଣ, ଝାରସୁଗୁଡା ଓ ରାୟଗଡ଼ାରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।


ସେୟାର କରନ୍ତୁ