ରାଜ୍ୟରେ ସୁସ୍ଥ ହେଲେ 390 ଜଣ କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା 8750

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଆଜି ରାଜ୍ୟରେ 390 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 8750ରେ ପହଁଞ୍ଚିଛି । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।

ତେବେ ଏହି ସୁସ୍ଥ 390 କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାର 106 ଜଣ, କଟକର 71 ଜଣ, ମୟୁରଭଞ୍ଜର 38 ଜଣ, ସୁନ୍ଦରଗଡ଼ର 38 ଜଣ, ଯାଜପୁରର 25 ଜଣ, ନବରଙ୍ଗପୁରର 24 ଜଣ, ସମ୍ବଲପୁରର 22 ଜଣ, ଖୋର୍ଦ୍ଧାର 15 ଜଣ, ବାଲେଶ୍ୱରର 9 ଜଣ, ବରଗଡ଼ର 6 ଜଣ, ଅନୁଗୁଳ-କଳାହାଣ୍ଡି ଓ କେନ୍ଦ୍ରାପଡ଼ାର 5 ଜଣ ଲେଖାଏଁ, ଜଗତସିଂହପୁର ଓ କୋରାପୁଟର 4 ଜଣ ଲେଖାଏଁ, ଭଦ୍ରକ, ବୌଦ୍ଧ ଓ କେଉଁଝରର 3 ଜଣ ଲେଖାଏଁ ଏବଂ ନୟାଗଡ ଓ ପୁରୀରୁ 2 ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି ।


ସେୟାର କରନ୍ତୁ