ଦୀପିକା ପାଦୁକୋନଙ୍କ ଥ୍ରୋବ୍ୟାକ୍ Video ହେଲା ଭାଇରାଲ୍, ଷ୍ଟେଜ ଉପରେ ଧମାକାଦାର ଡ଼୍ୟାନ୍ସରେ ଏମିତି ମଚାଇଲେ ଧୁମ୍

ସିନେମା
ସେୟାର କରନ୍ତୁ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ (Deepika Padukone) ଆଜିକାଲି ଅନ୍ୟ କଳାକାର ମାନଙ୍କ ପରି ଘରେ ସମୟ ବିତାଉଛନ୍ତି । କିନ୍ତୁ ସୋସିଆଲ ମିଡିଆରେ ତାଙ୍କର ପୁରୁଣା ଭିଡିଓ ବହୁତ ଧମାଲ ମଚାଉଛି । ଦୀପିକା ପାଦୁକୋନଙ୍କ (Deepika Padukone) ଏକ ଡ୍ୟାନ୍ସ ଭିଡିଓ ଖୁବ ଭାଇରାଲ ହେଉଛି । ଭିଡିଓରେ ଅଭିନେତ୍ରୀ ଷ୍ଟେଜ ଉପରେ ଅଭିନୟ କରୁଛନ୍ତି । ଶାହରୁଖ ଖାନଙ୍କ ସମେତ ଅନ୍ୟ ସେଲିବ୍ରେଟମାନେ ମଧ୍ୟ ତାଙ୍କର ପ୍ରଦର୍ଶନ ଉପରେ ଖୁବ କରତାଳି ମାରୁଛନ୍ତି । ଏହି ସମୟରେ ଦୀପିକା ତାଙ୍କ ଡ଼୍ୟାନ୍ସ ସହିତ ସମସ୍ତଙ୍କ ହୃଦୟ ଜିତୁଛନ୍ତି । ଫ୍ୟାନ୍ସ ମାନେ ମଧ୍ୟ ତାଙ୍କର ଭିଡିଓ ଉପରେ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ।

ଦୀପିକା ପାଦୁକୋନଙ୍କ (Deepika Padukone) ଏହି ଭିଡିଓ ୟୁଟ୍ୟୁବରେ ଲକ୍ଷ ଲକ୍ଷ ଭ୍ୟୁ ମିଳିସାରିଛି । ଏମିତିରେ ଆଜିକାଲି ଦୀପିକା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରହୁଛନ୍ତି ଏବଂ ଫ୍ୟାନ୍ସଙ୍କ ମଧ୍ୟରେ ଅନେକ ପୋଷ୍ଟ ସେୟାର କରୁଛନ୍ତି । ତାଙ୍କର ଡ୍ୟାନ୍ସ ଭିଡିଓ ଭାଇରାଲ ହେବା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ମଧ୍ୟ ତାଙ୍କର ଅନେକ ଭିଡିଓ ଭାଇରାଲ ହୋଇଛି ।

ୱାର୍କ ଫ୍ରଣ୍ଟ କଥା କହିବାତ, ଗତଥର ଦୀପିକା ପାଦୁକୋନ (Deepika Padukone) ଫିଲ୍ମ ‘ଛପାକ’ରେ ନଜର ଆସିଥିଲେ ମଧ୍ୟ ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ ସେମିତି କିଛି ବିଶେଷ କରିପାରି ନଥିଲା । କିନ୍ତୁ ଏବେ ଦୀପିକା ରଣଭୀର ସିଂଙ୍କ (Ranveer Singh) ସହ ଫିଲ୍ମ ’83’ ରେ ନଜର ଆସିବେ । 1983 ରେ କ୍ରିକେଟ୍ ବିଶ୍ୱକପରେ ଭାରତର ବିଜୟର ଏହି କାହାଣୀ ଖୁବ୍ ଶୀଘ୍ର ବଡ଼ ପରଦାରେ ଦର୍ଶକଙ୍କୁ ମନୋରଞ୍ଜନ କରାଇବ । ଦୀପିକା ଶକୁନ୍ ବତ୍ରାଙ୍କ ଅନଟାଇଟଲସ ଫିଲ୍ମର ସୁଟିଂ ଆରମ୍ଭ କରିବାକୁ ପ୍ରସ୍ତୁତ ଅଛନ୍ତି । ଏଥିସହ ଏହି ଅଭିନେତ୍ରୀ ‘ଦ ଈଂଟର୍ନ’ ଅଧିକାରିକ ରିମେକରେ ମଧ୍ୟ ନଜର ଆସିବେ, ଯାହାର ସୁଟିଂ ଆସନ୍ତା ବର୍ଷ ଆରମ୍ଭ ହେବାକୁ ଯାଉଛି ।


ସେୟାର କରନ୍ତୁ