ରାଜ୍ୟରେ ସୁସ୍ଥ ହେଲେ 262 ଜଣ କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା 6486

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଆଜି ରାଜ୍ୟରେ 262 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 6486ରେ ପହଁଞ୍ଚିଛି । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।

ତେବେ ଏହି ସୁସ୍ଥ 262 କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ 73 ଜଣ ଗଜପତି ଜିଲ୍ଲାରୁ 49 ଜଣ, ଜଗତସିଂହପୁରରୁ 25 ଜଣ, ରାୟଗଡ଼ାରୁ 16 ଜଣ, କଟକରୁ 15 ଜଣ, ବରଗଡ଼ରୁ 14 ଜଣ, ଖୋର୍ଦ୍ଧାରୁ 13 ଜଣ, ଭଦ୍ରକରୁ 12 ଜଣ, ପୁରୀରୁ 12 ଜଣ, କେନ୍ଦ୍ରାପଡ଼ାରୁ 8 ଜଣ, ଯାଜପୁର ଓ ସୁନ୍ଦରଗଡ଼ରୁ 4ଜଣ ଲେଖାଏଁ, ଅନୁଗୁଳ, ବାଲେଶ୍ୱର, ନୟାଗଡ଼ ଓ ନବରଙ୍ଗପୁର ଜିଲ୍ଲାରୁ 3 ଜଣ ଲେଖାଏଁ ଏବଂ ବୌଦ୍ଧ, ଝାରସୁଗୁଡ଼ା, କଳାହାଣ୍ଡି, କୋରାପୁଟ ଓ ମୟୁରଭଞ୍ଜ ଜିଲ୍ଲାରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।


ସେୟାର କରନ୍ତୁ