ଭୁବନେଶ୍ୱରରେ ସୁସ୍ଥ ହେଲେ 19 କରୋନା ଆକ୍ରାନ୍ତ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନାହିଁ । ଏହାରି ଭିତରେ ପ୍ରତେକ ଦିନ କିଛି ନା କିଛି ଏହି ଭୁତାଣୁ କବଳରୁ ବାହାରି ସୁସ୍ଥ ମଧ୍ୟ ହେଉଛନ୍ତି । ଆଜି ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ସୁସ୍ଥ ହୋଇଛନ୍ତି 19 ଜଣ କରୋନା ଆକ୍ରାନ୍ତ । ଏନେଇ ଭୁବନେଶ୍ୱର ମହାନଗର ନିଗମ ଟୁଇଟ କରି ସୂଚନା ଦେଇଛି। ସୁସ୍ଥ ହୋଇଥିବା 19ଜଣଙ୍କ ମଧ୍ୟରେ ନୟାପଲ୍ଲୀ ସାବର ସାହିର 15ବର୍ଷର ଜଣେ ବାଳକ ଓ 20ବର୍ଷର ଜଣେ ବାଳିକା ରହିଛନ୍ତି । ସେହିପରି ସହିଦ ନଗର ଅଞ୍ଚଳରୁ 24ବର୍ଷର ଯୁବତୀ, ମଞ୍ଚେଶ୍ୱର ଅଞ୍ଚଳସ୍ଥ ରେଳବାଇର ଓ୍ଵାର୍କସପ୍‌ରୁ 53ବର୍ଷର ପୁରୁଷ, 14ବର୍ଷର ବାଳକ ଓ 46ବର୍ଷର ମହିଳା ଏବଂ ଚନ୍ଦ୍ରଶେଖରପୁର ଆଦିତ୍ୟ କେୟାର ହସ‌ପିଟାଲ ଅଞ୍ଚଳରୁ ଜଣେ 25ବର୍ଷୀୟ ପୁରୁଷ ସୁସ୍ଥ ହୋଇଛନ୍ତି ।

ତେବେ ସେହିପରି ଆଉ କିଛି କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା 5ଜଣ ସୁବାଷ ନଗର ବସ୍ତି ଅଞ୍ଚଳର ଏବଂ ଏହି ସୁସ୍ଥ ହୋଇଥିବା 5ଜଣଙ୍କ ବୟସ 24ବର୍ଷ, 19ବର୍ଷ, 18ବର୍ଷ, 15ବର୍ଷ ଓ 18ବର୍ଷ ମଧ୍ୟରେ ରହିଛି । ସେହିପରି ସୁସ୍ଥ ହୋଇଥିବା 25ବଷୀୟ ପୁରୁଷଙ୍କ ଘର ଅନ୍ୟ ଜିଲ୍ଲାରେ, ସେ ରାଜଧାନୀରେ ବସବାସ କରୁଥିଲେ । ପଟିଆ ପ୍ରଶାନ୍ତି ବିହାର ଅଞ୍ଚଳରୁ ଜଣେ 38ବର୍ଷୀୟ ପୁରୁଷ ଓ ଜଣେ 30ବର୍ଷୀୟ ମହିଳା ସୁସ୍ଥ ହୋଇଛନ୍ତି । କେବଳ ଏତିକି ନୁହେଁ, ଦୁମଦୁମା ଅଞ୍ଚଳରୁ ଜଣେ 37 ବର୍ଷୀୟ ପୁରୁଷ, ସୈନିକ ସ୍କୁଲ ଅଞ୍ଚଳରୁ ଜଣେ 38ବର୍ଷୀୟ ପୁରୁଷ ଓ ଦୁଇଜଣ ରେଳବାଇର କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଛନ୍ତି । ଦୁଇଜଣ ପୁରୁଷ ରେଳ କର୍ମଚାରୀଙ୍କ ମଧ୍ୟରୁ ଜଣଙ୍କ ବୟସ 44ବର୍ଷ ହୋଇଥିବା ବେଳେ ଅନ୍ୟ ଜଣଙ୍କ ବୟସ 32ବର୍ଷ ମଧ୍ୟରେ ରହିଛି ।


ସେୟାର କରନ୍ତୁ