ରାଜ୍ୟରେ ସୁସ୍ଥ ହେଲେ 135 କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା 4123

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଆଜି ରାଜ୍ୟରେ 135 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 4123ରେ ପହଞ୍ଚିଛି । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।

ତେବେ ଏହି 135 ସୁସ୍ଥ ବ୍ୟକ୍ତିଙ୍କ ମଧ୍ୟରେ ଗଂଜାମ ଜିଲ୍ଲାରୁ ଆଜି ସର୍ବାଧିକ 49 ଜଣ, ଖୋର୍ଦ୍ଧା ଜିଲ୍ଲାରୁ 19 ଜଣ, କଳାହାଣ୍ଡି ଜିଲ୍ଲାରୁ 16 ଜଣ, ଜଗତ୍‌ସିଂହପୁର ଜିଲ୍ଲାରୁ 14 ଜଣ, କଟକ ଜିଲ୍ଲାରୁ 6 ଜଣ, ଅନୁଗୁଳ, ଯାଜପୁର ଓ ପୁରୀ ଜିଲ୍ଲାରୁ 4 ଜଣ ଲେଖାଏଁ, ସୁନ୍ଦରଗଡ଼ ଜିଲ୍ଲାରୁ 3 ଜଣ, କେନ୍ଦୁଝର ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ 2 ଜଣ ଲେଖାଏଁ ଏବଂ ବରଗଡ଼, ଭଦ୍ରକ, ଝାରସୁଗୁଡ଼ା, ମୟୂରଭଂଜ ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ କରୋନା ସଂକ୍ରମିତ ସୁସ୍ଥ ହୋଇଥିବା ଦର୍ଶାଯାଇଅଛି ।


ସେୟାର କରନ୍ତୁ