ଆଜିର ରାଶିଫଳ

Truthink
ସେୟାର କରନ୍ତୁ

ମେଷ : ମନ ପ୍ରସନ୍ନ ରହିବ ଓ ଭାଗବତ ପ୍ରେମି ହେବେ । ମଧୁରଭାଷୀ ହୋଇପାରନ୍ତି । ପ୍ରେମୀ ଓ ସାହସୀ ହେବେ । ଭ୍ରାତୃଭାବ ଅତୁଟ ରହିବ । ଆସ୍ତିକ ଓ ମେଳାପୀ ପ୍ରକୃତିର ହୋଇପାରନ୍ତି ।

ବୃଷ : ବୃଦ୍ଧିବଳରେ ଉନ୍ନୟନ କାର୍ଯ୍ୟ ହାତକୁ ଆଣିପାରନ୍ତି । ପରିଶ୍ରମର ମୂଲ୍ୟ ମିଳିବ । ଭାଗ୍ୟଶାଳୀ ହୋଇପାରନ୍ତି । ବ୍ୟବସାୟରୁ ଅଧିକ ଧନଲାଭ ହେବ । ପ୍ରେମ ସମ୍ୱନ୍ଧରେ ମୁଣ୍ଡ ନପୁରାଇବା ଭଲ ।

ମିଥୁନ: ବିଭିନ୍ନ ଦିଗରୁ ସହଯୋଗ ଓ ଆକସ୍ମିକ ଧନଲାଭର ସୂଚନା ମିଳୁଛି । କାର୍ଯ୍ୟ କ୍ଷେତ୍ରରେ ଲାଗି ରହିଥିବା ବିବାଦ ସମାଧାନର ବାଟ ଖୋଲିପାରେ । ବନ୍ଧୁଙ୍କ ସହ ସମ୍ପର୍କ ଆହୁରି ମଜଭୁତ ହେବ ।

କର୍କଟ : ଉଚ୍ଚ ସମ୍ମାନ ଲାଭ କରିପାରନ୍ତି । ଚଞ୍ଚଳମନା ହେବେ । ସାମାନ୍ୟ ଚକ୍ଷୁ ଯନ୍ତ୍ରଣା ଅନୁଭବ କରିପାରନ୍ତି । ପରକୁ ଆପଣାର କରିବାରେ ସକ୍ଷମ ହେବେ । ଛାତ୍ରଛାତ୍ରୀମାନେ ଭଲ କରିବେ ।

ସିଂହ : ସଫଳତା ଲାଭ କରିବେ । ଲୋକପ୍ରିୟତା ଅର୍ଜନ କରିବେ । କର୍ମ ଚଞ୍ଚଳ ରହିବେ । ସରକାରୀ ସ୍ତରରେ ସମ୍ମାନିତ ହେବେ । ନୀରାମୟ ଜୀବନ ଯାପନ କରିପାରନ୍ତି ।

କନ୍ୟା : ବଂଶ ମର୍ଯ୍ୟାଦା ରକ୍ଷା କରିବାରେ ସକ୍ଷମ ହେବେ । ମନ ପ୍ରସନ୍ନ ରହିବ । ଦୟାଳୁ ସ୍ୱଭାବର ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହୋଇପାରେ । ଅର୍ଥାଗମର ସୂଚନା ରହିଛି ।

ତୁଳା : ସାଧନାରେ ସିଦ୍ଧିପ୍ରାପ୍ତ ହେବେ । ଭାଗ୍ୟଶାଳୀ ଏବଂ ଭୋଗ-ବିଳାସରେ ଅତିବାହିତ ହୋଇପାରେ । ଆକସ୍ମିକ ଧନଲାଭର ସୁଚନା ମିଳୁଛି । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ ।

ବିଛା : ମିଳିଥିବା ସୁଯୋଗକୁ ହାତଛଡା ନ କରିବା ଭଲ । ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି । ସ୍ୱାଭିମାନ ସହ ବଞ୍ଚିବା ହେବେ । ଶାରିରୀକ ଦୁର୍ବଳତା ଅନୁଭବ କରିପାରନ୍ତି ।

ଧନୁ : ବନ୍ଧୁ ସହୋଦରଙ୍କ ଠାରୁ ସହାୟତା ମିଳିବ । ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ । ସମାଜ ସେବାରେ ନିଜକୁ ନିୟୋଜିତ କରିପାରନ୍ତି । ରାନୈତିକ କ୍ଷେତ୍ର ପ୍ରସ୍ତୁତ ପାଇଁ ଅଣ୍ଟା ଭିଡି ପାରନ୍ତି ।

ମକର : ଆଶା କରୁଥିବା କାର୍ଯ୍ୟଟି ହାତକୁ ଆସିପାରେ । ବଦଖର୍ଚ୍ଚୀ ହୋଇପାରନ୍ତି । ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଉପୁଜି ପାରେ । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ ।

କୁମ୍ଭ : ନିଜର ଦାୟିତ୍ୱ ପାଇଁ ବ୍ୟଗ୍ର ହୋଇପାରନ୍ତି । କର୍ମଚଞ୍ଚଳ ରହିବେ । ଆକସ୍ମିକ ଧନଲାଭର ସୁଚନା ମିଳୁଛି । ବିଭିନ୍ନ ଦିଗରୁ ସହାୟତା ମିଳିବ । ପ୍ରେମ ସମ୍ୱନ୍ଧରେ ପ୍ରଗାଢତା ଆସିବ ।

ମୀନ : ଉଦାର ପ୍ରକୃତିର ହେବେ । ଦାନ-ଧର୍ମକୁ ଆଦରି ନେଇପାରନ୍ତି । ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ । କୃଷିକର୍ମରେ ମନୋନିଵେଶ ଲାଗିବ । ପ୍ରେମୀ ଓ ବୁଦ୍ଧିମାନ୍ ହେବେ ।


ସେୟାର କରନ୍ତୁ