Coronavirus: ଦେଶରେ ମାମଲା ଏକ ଲକ୍ଷ ପାର, ଏପର୍ଯ୍ୟନ୍ତ 3163ଙ୍କର ମୃତ୍ୟୁ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ ସଂଖ୍ୟା ଲଗାତାର ବଢୁଅଛି । ଏବେ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ଏକ ଲକ୍ଷରୁ ଅଧିକ ହୋଇଅଛି । ଦେଶରେ ପୂର୍ବ 24 ଘଣ୍ଟାରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା 4ହଜାର 970 ମାମଲା ସାମ୍ନାକୁ ଆସିଅଛି । ତେବେ ସେହି ସମୟ ଭିତରେ 134 ଲୋକଙ୍କ ମୃତ୍ୟୁ ହୋଇଅଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତାଜା ସଂଖ୍ୟା ମୁତାବକ, ଦେଶରେ ଏବେ ସଂକ୍ରମିତ ରୋଗୀ 1ଲକ୍ଷ 1139 ହୋଇଅଛି । ତେବେ ଏଥି ମଧ୍ୟରୁ 3163 ଲୋକଙ୍କର ମୃତ୍ୟୁ ହୋଇଅଛି ଏବଂ 39174 ଲୋକ ସଂକ୍ରମଣରୁ ମୁକ୍ତି ହୋଇକରି ଘରକୁ ଫେରିଛନ୍ତି । ଦେଶରେ ଲକଡାଉନର ଚତୁର୍ଥ ଚରଣ 31 ମଇ ପର୍ଯ୍ୟନ୍ତ ଜାରି ରହିବ ।

ମହାରଷ୍ଟ୍ରରେ ତେଜିରେ ବଢୁଅଛି ମାମଲା…
ମହାରାଷ୍ଟ୍ର ଦେଶରେ ସବୁଠାରୁ ବେଶୀ ପ୍ରଭଵିତ ରାଜ୍ୟ ଅଟେ । ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା 35 ହଜାର ପାର ହୋଇଅଛି । ମହାରାଷ୍ଟ୍ରର ସଂକ୍ରମିତ ମୋଟ ସଂଖ୍ୟା ଏବେ 35058 ହୋଇଯାଇଅଛି । ରାଜ୍ୟରେ ସବୁଠାରୁ ଅଧିକ 1249 ଲୋକଙ୍କର ମୃତ୍ୟୁ ହୋଇଅଛି । ତେବେ 8437 ଲୋକ ଠିକ ହୋଇଛନ୍ତି ।

ଗୋଟିଏ ଦିନରେ ପାଞ୍ଚ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଲା
ଭାରତରେ କରୋନାର ପ୍ରଥମ କେସ ଆସିଥିଲା 30 ଜାନୂୟାରୀକୁ । ଗୋଟିଏ କେସରୁ 10 ହଜାର ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ପାଖାପୁଖି ଅଢେଇ ମାସ ସମୟ ଲାଗିଥିଲା । ଭାରତରେ 13 ଏପ୍ରିଲରେ କରୋନାର ସଂଖ୍ୟା 10 ହଜାର ପାର ହୋଇଥିଲା । କିନ୍ତୁ ଯଦି କଥା ମଇ ମାସର କରିବାତ କେବଳ 16 ମଇ ଏବଂ 17 ମଇ ତେବେ ଏହି ଦୁଇ ଦିନରେ ହିଁ କରୋନା 10 ହଜାରରୁ ଅଧିକ ମଧ୍ୟ ମାମଲା ସାମ୍ନାକୁ ଆସିଅଛି । 17 ମଇରେ 24 ଘଣ୍ଟା ଭିତରେ 5200ରୁ ଅଧିକ ମାମଲା ସାମ୍ନାକୁ ଆସିଅଛି ଯେବେକି 16 ମଇରେ 4800ରୁ ବେଶୀ ମାମଲା ସାମ୍ନାକୁ ଆସିଥିଲା ।


ସେୟାର କରନ୍ତୁ