ରାଜ୍ୟରେ ପୁଣି 5 କରୋନା ଆକ୍ରାନ୍ତ,185କୁ ସଂଖ୍ୟା ବୃଦ୍ଧି

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଓଡ଼ିଶାରେ ପୁଣି 5 କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଓ ଲୋକ ସଂପର୍କ ବିଭାଗ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି । ଆଜି ଏହି କରୋନା ମାନଚିତ୍ରରେ ଜଗତସିଂହପୁର ଯୋଡ଼ି ହୋଇଯାଇଛି । ଜଗତସିଂପୁର ଜିଲ୍ଲା କାଲି ପର୍ଯ୍ୟନ୍ତ କରୋନା ମୁକ୍ତ ଥିବା ବେଳେ ଆଜି ରାଜ୍ୟର 17ତମ ଜିଲ୍ଲା ଭାବେ ତାଲିକାରେ ସ୍ଥାନ ପାଇଛି । ଏକକାଳୀନ 4 ଜଣ କରୋନା ପଜିଟିଭ ଜଗତସିଂହପୁରରୁ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ବୟସ 26, 32, 30, 47 ଏବଂ ଏମାନେ ସମସ୍ତେ ପୁରୁଷ । ଏମାନେ ସୁରତ ଫେରନ୍ତା ଏବଂ ଏମାନେ ସମସ୍ତେ କ୍ୱାରେଣ୍ଟାଇନ୍‌ରେ ଥିଲେ । ସେହିପରି କେନ୍ଦ୍ରାପଡ଼ା ଜିଲ୍ଲରୁ ମଧ୍ୟ ଜଣେ ଆକ୍ରାନ୍ତ ଠାବ ହୋଇଛନ୍ତି । ତାଙ୍କର ବୟସ 60 (ପୁରୁଷ), ସେ ନିକଟରେ କୋଲକାତାରୁ ଫେରିଥିଲେ । ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 185ରେ ପହଞ୍ଚିଛି ।

ବର୍ତମାନ ରାଜ୍ୟରେ 122ଟି ଆକ୍ଟିଭ କେଶ ରହିଛି । ଏମାନେ ରାଜ୍ୟରେ ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ 61 ଜଣ ସୁସ୍ଥ ହୋଇଛନ୍ତି ଓ 2 ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ 17 ଜିଲ୍ଲା କରୋନାରେ ଆକ୍ରାନ୍ତ ହୋଇଛନ୍ତି ।


ସେୟାର କରନ୍ତୁ