Bhojpuri Video Song : 2 କୋଟିରୁ ଅଧିକ ଥର ଦେଖାଯାଇ ସାରିଲାଣି ମୋନାଲିସା ଏବଂ ପବନ ସିଂହଙ୍କ ଏହି ଗୀତ

ସିନେମା
ସେୟାର କରନ୍ତୁ

ଭୋଜପୁରୀ : ଲକଡାଉନ ସମୟରେ ଭୋଜପୁରୀ ଷ୍ଟାର ପବନ ସିଂହ ଏବଂ ମୋନାଲିସାଙ୍କ ଏକ ଗୀତ ‘ଗୋର କରିୟା’ ୟୁଟ୍ୟୁବରେ ଖୁବ ଲୋକପ୍ରିୟ ହେଉଅଛି । ଗୀତରେ ମୋନାଲିସା ବହୁତ ହଟ ଲାଗୁଛନ୍ତି । ଏକ୍ଟ୍ରସ ଗୀତରେ ଜବରଦସ୍ତ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ଗୀତରେ ମୋନାଲିସା ଏବଂ ପବନ ସିଂହଙ୍କ ଭିତରେ ବହୁତ ରୋମାଣ୍ଟିକ କେମେଷ୍ଟ୍ରି ଦେଖିବାକୁ ମିଳୁଅଛି । ଏହି ଗୀତକୁ ୟୁଟ୍ୟୁବରେ 2 କୋଟିରୁ ଅଧିକ ଥର ଦେଖି ସାରିଲାଣି । କମେଣ୍ଟ କରି ଫ୍ୟାନ୍ସ ଏଦୁହିଁଙ୍କ ରୋମାଣ୍ଟିକ ଯୋଡ଼ିକୁ ଜମକର ତାରିଫ କରୁଅଛନ୍ତି ।

ଏହି ଗୀତକୁ ପବନ ସିଂହ ଏବଂ ହନି ଵି ଗାଇଛନ୍ତି । ‘ଗୋର କରିୟା’ର ବୋଲ ମନୋଜ ମତଲବି ଲେଖିଛନ୍ତି । ଏହାର ମ୍ୟୁଜିକ ଛୋଟେ ବାବା ଦେଇଛନ୍ତି । ଏହି ଗୀତ ଭୋଜପୁରୀ ବ୍ଲାକ ବଷ୍ଟର ଫିଲ୍ମ ‘ସରକାର ରାଜ’ର ଅଟେ । ଫିଲ୍ମରେ ପବନ ସିଂହ,ମୋନାଲିସା, ରାଣୀ ଚାଟର୍ଜୀ, ଅକ୍ଷରା ସିଂହ, କାଜଲ ରାଘୱାନି ମୁଖ୍ୟ ଭୂମିକାରେ ଅଛନ୍ତି । କହିବାକି ପବନ ସିଂହ ଏବଂ ମୋନାଲିସାଙ୍କ ଗୀତ ୟୁଟ୍ୟୁବରେ ଖୁବ ପସନ୍ଦ କରାଯାଇଥାଏ । ଦୁହେଁ ଅନେକ ଗୁଡିଏ ଫିଲ୍ମରେ କାମ କରିଅଛନ୍ତି ।

ମୋନାଲିସା ଭୋଜପୁରୀ ଇଣ୍ଡ୍ରଷ୍ଟ୍ରିର ସବୁଠାରୁ ଫେମସ ଏକ୍ଟ୍ରସଙ୍କ ମଧ୍ୟରେ ଜଣେ ଅଟନ୍ତି । ମୋନାଲିସା ‘ସୋହାଗ’, ‘ଦୁଲହନ ଚାହି ପାକିସ୍ତାନ ସେ 2’, ‘ରଂଗ ଦେ ପ୍ୟାର କେ ରଂଗ ମେଁ ‘, ‘ହୋ ଗଇ ଔର ‘ଦୀଵାନା ତୋହରା ପ୍ୟାର ମେଁ’ ଭଳି ସୁପରହିଟ ଫିଲ୍ମରେ କାମ କରିଛନ୍ତି । ମୋନାଲିସା ଭୋଜପୁରୀ ବ୍ୟତୀତ ହିନ୍ଦୀ, ବଙ୍ଗାଳି,ଓଡ଼ିଆ ତାମିଲ, କର୍ଣଡ଼ ଏବଂ ତେଲଗୁ ଭାଷା ଫିଲ୍ମରେ କାମ କରିଛନ୍ତି ।

ଏଠାରେ ଭିଡ଼ିଓ ଦେଖନ୍ତୁ…

ମୋନାଲିସା ସୋସିଆଲ ମିଡ଼ିଆରେ ସବୁବେଳେ ନିଜର ଲେଟେଷ୍ଟ ଫଟୋ ଏବଂ ଭିଡ଼ିଓ ପୋଷ୍ଟ କରି ଚର୍ଚାରେ ରହିଥାନ୍ତି । ଏହି ସମୟରେ ତାଙ୍କର ବନାଇଥିବା ମଜାଦାର ଟିକଟକ ଭିଡ଼ିଓ ଫ୍ୟାନ୍ସ ମାନଙ୍କୁ ବହୁତ ପସନ୍ଦ ଆସୁଛନ୍ତି । ତାଙ୍କର ଫ୍ୟାନ୍ସମାନେ ତାଙ୍କର ଲେଟେଷ୍ଟ ଫଟୋ ଏବଂ ଭିଡ଼ିଓ ଆସିବାକୁ ବଡ଼ ବେସରବିରେ ଅପେକ୍ଷା କରିଥାନ୍ତି । ମୋନାଲିସଙ୍କ ଇନଷ୍ଟାଗ୍ରାମ ଉପରେ 3 ମିଲିୟନରୁ ଅଧିକ ଫଲୋୟର ଅଛନ୍ତି ।


ସେୟାର କରନ୍ତୁ