ଭାରତରେ ସଂକ୍ରମିତଙ୍କ ସଂଖ୍ୟା ବଢି କରି 4789 ପହଞ୍ଚିଲା, ମୃତକଙ୍କ ସଂଖ୍ୟା 124 ହେଲା

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ : ଭାରତରେ କରୋନା ଭାଇରସ ଗମ୍ଭୀର ହେବାକୁ ଯାଉଅଛି । ମଙ୍ଗଳବାର ସନ୍ଧ୍ୟାରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ସଂଖ୍ୟା ଜାରି ହୋଇଥିବା ମୁତାବକ, କରୋନା ଭାଇରସ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବଢି କରି 4789ରେ ପହଞ୍ଚିଅଛି, ତେବେ ଏପର୍ଯ୍ୟନ୍ତ ଏହି ଖତରନାକ ଭାଇରସ କାରଣରୁ 124 ଲୋକଙ୍କର ମୃତ୍ୟୁ ହୋଇଅଛି । ଏହା ବ୍ୟତୀତ 353 ଲୋକ ଏହି ଭାଇରସ ସଂକ୍ରମଣରୁ ଠିକ ହୋଇସାରିଛନ୍ତି । ପୂର୍ବ 24 ଘଣ୍ଟାର କଥା କହିବାତ ଏହି ସମୟରେ 13 ଜଣଙ୍କର ମୃତ୍ୟୁ ଏବଂ 508 ନୂଆ ମାମଲା ସାମ୍ନାକୁ ଆସିଅଛି ।

ଏହା ବ୍ୟତୀତ ସରକାରଙ୍କ ସହିତ ଯୋଡା ଶୀର୍ଷ ସୋତ୍ର ମଙ୍ଗଳବାରକୁ କହିଲେକି (କେତେ ରାଜ୍ୟ ଏବଂ ବିଶେଷଜ୍ଞ) କେନ୍ଦ୍ର ସରକାଙ୍କୁ ଗୁହାର ଲଗାଇଛନ୍ତି କି 21 ଦିନର ଲକଡାଉନକୁ 14 ଏପ୍ରିଲ ଠାରୁ ଆଗକୁ ବଢ଼ାଯାଉ । ସୋତ୍ର କହିଲେ କି କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ଏହି ଅପିଲ ଉପରେ ବିଚାର କରୁଛନ୍ତି । ସୋମବାରକୁ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ କି ଲୋକମାନେ ଲମ୍ବା ଲଢେ଼ଇ ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ ।

କରୋନା ଭାଇରସ ବଢୁଥିବା ମାମଲାକୁ ଦେଖିକରି ଦେଶରେ 21 ଦିନର ଲକଡାଉନ ଜାରି ଅଛି ଯାହା 14 ଏପ୍ରିଲ ପର୍ଯ୍ୟନ୍ତ ଚାଲୁ ରହିବ । ଦେଶରେ କରୋନା ଭାଇରସ ପ୍ରଭାବକୁ ରୋକିବା ପାଇଁ ସବୁ ପ୍ରକାର ପ୍ରୟାସ କରାଯାଉଅଛି ।


ସେୟାର କରନ୍ତୁ