ଭୋଡ଼ାଫୋନ ଓ ଆଇଡିଆର ଦମଦାର ଅଫର, ଏଣିକି ଦିନକୁ 3ଜିବି ମିଳିବ ଡାଟା

Truthink
ସେୟାର କରନ୍ତୁ

ମୋବାଇଲ୍ ଟେଲିକମ୍ କମ୍ପାନି ଭୋଡାଫୋନ୍- ଆଇଡିଆ ତାଙ୍କ ଗ୍ରାହକଙ୍କ ପାଇଁ ଏକ ଦମଦାର ଅଫର ଆଣିଛି। ଏଣିକି କମ୍ପାନିର ତା’ର ସ୍ପେଶାଲ ରିଚାର୍ଜରେ ଗ୍ରାହକମାନଙ୍କୁ ଦୁଇଗୁଣା ମାଗଣା ଡାଟା ଦେବ ବୋଲି ଘୋଷଣା କରିଛି।

କମ୍ପାନି ୨୪୯ ଟଙ୍କା, ୩୯୯ ଟଙ୍କା ଓ ୫୯୯ ଟଙ୍କିଆ ରିଚାର୍ଜରେ ପୂର୍ବରୁ ଦେଢ଼ ଜିବି ଡାଟା ଦେଉଥିଲା। ଏବେ ଏହାକୁ ବୃଦ୍ଧି କରି ୩ ଜିବି ଡାଟା ମିଳିବ।

୨୪୯ ଟଙ୍କାର ରିଚାର୍ଜ ପ୍ଲାନରେ ଗ୍ରାହକମାନେ ୨୮ ଦିନର ଭାଲିଡିଟି ପାଇପାରୁଛନ୍ତି। ତେଣୁ ପ୍ରତିଦିନ ତିନି ଜିବି ଡାଟା ହିସାବରେ ଏଣିକି ଲୋକମାନେ ୮୪ ଜିବି ଡାଟା ପାଇପାରିବେ। ଏଥିସହିତ ଯେକୌଣସି ନେଟୱାର୍କକୁ ଲୋକମାନେ ମାଗଣା କଲ୍ ମଧ୍ୟ କରିପାରିବେ।

ସେହିପରି ୩୯୯ ଟଙ୍କାର ରିଚାର୍ଜରେ ଗ୍ରାହକମାନେ ୫୬ ଦିନର ଭାଲିଡିଟି ପାଉଛନ୍ତି। ଏହି ରିଚାର୍ଜରେ ମଧ୍ୟ ଗ୍ରାହକମାନେ ପ୍ରତିଦିନ ୩ ଜିବି ଡାଟା ପାଇପାରିବେ। ଏଥିସହିତ ଅନଲିମିଟେଡ୍ କଲ୍ ଓ Zee5ର ମାଗଣା ସବ୍ସକ୍ରିପସନ୍ ପାଇପାରିବେ। ଏଥିସହିତ ୫୯୯ ଟଙ୍କାର ରିଚାର୍ଜରେ ମଧ୍ୟ ଗ୍ରାହକମାନେ ୮୪ ଦିନ ପାଇଁ ୩ ଜିବି ଲେଖାଏଁ ଡାଟା ପାଇପାରିବେ।


ସେୟାର କରନ୍ତୁ