ଡାଳିମ୍ବ ଖାଇଲେ ମିଳିଥାଏ ଏହି ସବୁ ଫାଇଦା

Truthink
ସେୟାର କରନ୍ତୁ

କାଶ ହେଉଛି ଏକ ସାଧାରଣ ସମସ୍ୟା । ସାଧାରଣତ ଥଣ୍ଡା ହେବା କିମ୍ବା ପେଟ ଗରମ ଅଥବା ଅନ୍ୟ କେଉଁ ସମସ୍ୟା ଦେଖାଦେଲେ କାଶ ହେଇଥାଏ । ଆଉ ଏଥିପାଇ ଆମେ ଔଷଧ ମଧ୍ୟ ଖାଇଥାନ୍ତି । କିନ୍ତୁ ବିନା ଔଷଧରେ କାଶ ଭଲ ହେଇପାରେ ଏପରି ଏକ କଥା ଅଜି ଆମେ କହିବୁ । ଶୀତ ଏବଂ ବର୍ଷା ଋତୁରେ ଲୋକେ ବେଶୀ ଏହି ରୋଗରେ ପୀଡ଼ିତ ହେଉଥିବା ଦେଖାଯାଏ । କିନ୍ତୁ ବହୁ ସମୟ ଧରି ଲାଗି ରହୁଥିବା ଶୁଖିଲା କାଶ ଏକ ବଂଶାନୁକ୍ରମିକ ରୋଗ। ଯାହାକୁ ଉପଯୁକ୍ତ ସମୟରେ ହିଁ ଉପଶମ କରାଯିବା ଆବଶ୍ୟକ। ବର୍ତ୍ତମାନର ଆଧୁନିକ ଜୀବନଶୈଳୀ ଯୋଗୁ ସମ୍ପ୍ରତି ବହୁ ଲୋକ ମଧ୍ୟ ଏହି ରୋଗରେ ପୀଡ଼ିତ ହେଉଥିବା ଲକ୍ଷ୍ୟ କରାଯାଉଛି । ଏଭଳି ରୋଗରେ ପୀଡ଼ିତ ଥିବା ଲୋକେ ଚିକିତ୍ସାରେ ଡେରି କରିବା ଉଚିତ ନୁହେଁ । ଆବଶ୍ୟକ ସ୍ଥଳେ ଘରେ ମଧ୍ୟ ଉପଚାର କରାଯାଇପାରେ । ଏଥିପାଇଁ ରୋଗୀ ପ୍ରଚୁର ପରିମାଣରେ ଡାଳିମ୍ବ ଖାଆନ୍ତୁ । ଡାଳିମ୍ବ ଖାଇଲେ ଯେ ଖାଲି ଶରୀରରେ ରକ୍ତ ଏବଂ ମୁଖମଣ୍ଡଳର ସୌନ୍ଦର୍ଯ୍ୟ ବୃଦ୍ଧି ହୁଏ ତାହା ନୁହେଁ; ଏହା ଅନ୍ୟ ବିଭିନ୍ନ ରୋଗ ଉପଶମ କରିପାରେ । ତନ୍ମଧ୍ୟରୁ ଶୁଖିଲା କାଶ ଅନ୍ୟତମ । ଡାଳିମ୍ବ ଚୋପା ଶୁଖିଲା କାଶର ମହୋଷଧି । ଶୁଖିଲା ଡାଲିମ୍ବ ଚୋପାର ଚୁର୍ଣ୍ଣକୁ ନିୟମିତ ସକାଳେ ଏବଂ ସନ୍ଧ୍ୟାରେ ସେବନ କରିବା ଦ୍ୱାରା ଖୁବ୍‌ ଆରାମ ମିଳିଥାଏ । ଚା’ କିମ୍ବା ଉଷୁମ ପାଣିରେ ମିଶାଇ ମଧ୍ୟ ଏହାକୁ ସେବନ କରିପାରିବେ । ୧୫ ଦିନ ପର୍ୟ୍ୟନ୍ତ ଏଭଳି କଲେ ରୋଗ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିବ ।


ସେୟାର କରନ୍ତୁ