ହ୍ବାଇଟ୍‌ ଟି’ ର ଉପକାରୀ ଗୁଣ

ଜୀବନଚର୍ଯ୍ୟା
ସେୟାର କରନ୍ତୁ

ଆପଣ ଗ୍ରୀନ ଟି ‘ ପିଇଥିବେ । ଏଥିରେ ଅନେକ ଲାଭଦାୟକ ଉପାଦାନ ଥାଏ ଯାହା ଶରୀରକୁ ଫୁର୍ତ୍ତୀ ରଖିବା ସହ ଅନେକ ରୋଗ ମଧ୍ୟ ଭଲ କରିଦେଇଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ହ୍ବାଇଟ୍‌ ଟି ସାମ୍ପର୍କରେ କହିବୁ । ଯାହାକୁ ପିଇବା ଦ୍ଵାରା ଅନେକ ସମସ୍ଯା ଦୂର ହୋଇଥାଏ ।

ହ୍ବାଇଟ୍‌ ଟି’ ଆପଣଙ୍କ ସ୍ବାସ୍ଥ୍ୟକୁ ସୁନ୍ଦର, ସତେଜ ରଖିବା ସହ ବିଭିନ୍ନ ପ୍ରକାର ରୋଗରୁ ମଧ୍ୟ ମୁକ୍ତ ରଖିବ। ଏବେ ମନରେ ପ୍ରଶ୍ନ ଉଠୁଥିବ

‘ହ୍ବାଇଟ୍‌ ଟି’ ପ୍ରକୃତରେ କ’ଣ? ଗ୍ରୀନ୍‌ ଟି ଉତ୍ପାଦନ ହେଉଥିବା ଗଛରୁ ହିଁ ହ୍ବାଇଟ୍‌ ଟି’ ଆସିଥାଏ। କିନ୍ତୁ ଗ୍ରୀନ୍‌ ଟି ତୁଳନାରେ ହ୍ବାଇଟ୍‌ ଟି’ ବିଶେଷଭାବେ ଲାଭଦାୟକ। ଏହି ଚା’ ସିଲୋନ୍‌, ଆଫ୍ରିକାନ୍‌, ଦାର୍ଜିଲିଙ୍ଗ୍‌ ଏବଂ ଆସାମ ମିଳିଥାଏ। ଏହି ଚା’ ଦୁର୍ଲଭ ହେବା ସାଙ୍ଗକୁ ମହଙ୍ଗା ମଧ୍ୟ। ଏଥିରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ତତ୍ତ୍ୱ ରହିଛି, ଯାହା କୋଲେଷ୍ଟୋରଲ୍‌କୁ କମ୍‌ କରିବାରେ ସହାୟକ ହୋଇଥାଏ। ଏହାସହ ଆଣ୍ଠୁଗଣ୍ଠି ଯନ୍ତ୍ରଣା, କ୍ୟାନ୍‌ସର୍‌, କେଶ ଝଡ଼ିବା ସମସ୍ୟା, ରୂପି ସମସ୍ୟା ଏବଂ ରକ୍ତହୀନତା ସମସ୍ୟାରୁ ରକ୍ଷା କରିଥାଏ। ରକ୍ତ ସଞ୍ଚାଳନରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଅନ୍ୟ ଚା’ ତୁଳନାରେ ହ୍ବାଇଟ୍‌ ଟି’ରେ କମ୍‌ ମାତ୍ରାର କଫିନ୍‌ ଥାଏ।


ସେୟାର କରନ୍ତୁ