ସାବାସ୍‌ ମିଠୁ: ତାପସୀ ପନ୍ନୁ ରିଲିଜ କଲେ ଫିଲ୍ମର ପ୍ରଥମ ଲୁକ,ଏହି ଦିନ ରିଲିଜ ହେବ ଫିଲ୍ମ

ସିନେମା
ସେୟାର କରନ୍ତୁ

ମୁମ୍ବାଇ: ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌ର ପୂର୍ବତନ କ୍ୟାପ୍ଟେନ୍‌ ମିତାଲି ରାଜ୍‌ଙ୍କ ଜୀବନି ଉପରେ ବନୁଥିବା ଫିଲ୍ମ ‘ସାବାସ୍‌ ମିଠୁ’ର ପ୍ରଥମ ଲୁକ ଜାରି କରାଯାଇଛି । ଏହି ଫିଲ୍ମରେ ତାପସୀ ପନ୍ନୁ ମିତାଲି ରାଜ୍‌ଙ୍କ ଲୁକ୍‌ରେ ନଜର ଆସିଛନ୍ତି । ଜାରି କରାଯାଇଥିବା ଲୁକର କଥା କହିବାତ ପୋଷ୍ଟରରେ ତାପସୀ ପନ୍ନୁ ନୀଳ ରଙ୍ଗର କ୍ରିକେଟ ଜର୍ସିରେ ନଜର ଆସୁଛନ୍ତି । ତାଙ୍କ ମୁଣ୍ଡରେ ଗୋଲ୍‌ ଟୋପି ଅଛି । ଫଟୋରେ ତାପସୀ ପୁଲ ସର୍ଟ ଲଗାଉଥିବାର ନଜରରେ ଆସୁଛନ୍ତି । ଏହି ଫଟୋକୁ ତାପସୀ ନିଜର ଟୁଇଟରରେ ସେୟାର କରିଛନ୍ତି ।

ତାପସୀ ଟୁଇଟରରେ ପୋଷ୍ଟ କରି ଲେଖିଛନ୍ତି, ‘ମେତେ ସବୁବେଳେ ପଚରାଯାଏ ଯେ ତୁମର ସବୁଠୁ ପ୍ରିୟ ପୁରୁଷ କ୍ରିକେଟର କିଏ । ହେଲେ ଆପଣଙ୍କୁ ଏହା ପଚାରିବା ଉଚିତ୍‌ ଯେ ତାଙ୍କର ପ୍ରିୟ ମହିଳା କ୍ରିକେଟର୍‌ କିଏ । ଏହି ବୟାନ୍‌ କ୍ରିକେଟ୍‌ ପ୍ରେମୀଙ୍କୁ ଏହା ଭାବିବାକୁ ବାଧ୍ୟ କରିଦେବ ଯେ ସେମାନେ ଖେଳକୁ ଭଲପାଆନ୍ତି ନା ଏହାକୁ ଖେଳୁଥିବା ଲିଙ୍ଗବର୍ଗକୁ । ମିତାଲି ରାଜ୍‌, ଆପଣ ହେଉଛନ୍ତି ଅଲ୍ଟିମେଟ୍ ଗେମ୍‌ ଚେଞ୍ଜର୍।’

ତାପସୀ ପନ୍ନୁ ଏହି ଫିଲ୍ମରେ ମିତାଲି ରାଜ୍‌ଙ୍କ ଭୂମିକାରେ ନଜର ଆସୁଛନ୍ତି । ପୂର୍ବ ଦିନରେ ତାପସୀ ଖୁଲାସା କରିଥିଲେକି ସେ କିଭଳି ଭାବରେ ମିତାଲୀଙ୍କ ଫେମସ କଭର ଡ୍ରାଇଭ ଶିଖିବା ପାଇଁ କୋସିସ କରୁଥିଲେ । ଏହି ଫିଲ୍ମଟି 2021 ଫେବୃଆରୀ 5ରେ ରିଲିଜ୍‌ ହେବ । ଏହାର ନିର୍ଦ୍ଦେଶନା ଦେଉଛନ୍ତି ରାହୁଲ୍ ଢୋଲକିଆ ଏବଂ’ସାବାସ୍‌ ମିଠୁ’ର ସ୍କ୍ରିପ୍ଟ ପ୍ରିୟା ଅଭେନ ଲେଖିଛନ୍ତି ।


ସେୟାର କରନ୍ତୁ