ଅଜୟ ଦେବଗନଙ୍କ ଫିଲ୍ମ ‘ମୈଦାନ’ର ପ୍ରଥମ ଲୁକ ସାମ୍ନାକୁ ଆସିଲା, ଏହି ଦିନ ହେବ ରିଲିଜ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଓଡ଼ ଆକ୍ଟର ଅଜୟ ଦେବଗନ ନିଜର ଫିଲ୍ମ ‘ତାନାଜୀ ଦ ଅନସଙ୍ଗ ୱାରିୟର’ର ସଫଳତାକୁ ନେଇ ଖୁବ ଖୁସି ଅଛନ୍ତି । ଫିଲ୍ମର ରିଲିଜ ସାଥିରେ ହିଁ ଅଜୟ ନିଜର ଆଗକୁ ଆସିବାକୁ ଥିବା ପ୍ରୋଜେକ୍ଟ ପାଇଁ ବିଜି ହୋଇଗଲେ । ଅଜୟଙ୍କ ଆଗକୁ ଆସିବାକୁ ଥିବା ପ୍ରୋଜେକ୍ଟରେ ବାୟୋପିକ ମଧ୍ୟ ସାମିଲ ଅଛି । ଅଜୟ ଭାରତୀୟ ଫୁଟବଲ ଟିମର କୋଚ୍ ସଇଦ ଅବଦୁଲ ରହିମଙ୍କ ଉପରେ ନିର୍ମିତ ଫିଲ୍ମରେ କାମ କରୁଛନ୍ତି । ଏହି ଫିଲ୍ମର ନାମ ହେଉଛି ‘ମୈଦାନ’ ।

ଅଜୟ ଦେବଗନଙ୍କ ଫିଲ୍ମ ‘ମୈଦାନ’ର ପ୍ରଥମ ଲୁକ ମଧ୍ୟ ସାମ୍ନାକୁ ଆସିଅଛି । ଅଜୟ ଦେବଗନ ଏହାକୁ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସେୟାର କରିଛନ୍ତି । ଏହାକୁ ସେୟାର କରି ଅଜୟ ଦେବଗନ ଫିଲ୍ମର ରିଲିଜ ଡେଟ ମଧ୍ୟ ଘୋଷଣା କରିଛନ୍ତି । ଅଜୟ ଦେବଗନ ଏହାକୁ ସେୟାର କରି ଲେଖିଛନ୍ତି,’ମୈଦାନ ପାଇଁ ହୋଇ ଯାଆନ୍ତୁ ପ୍ରସ୍ତୁତ । 27 ନଭେମ୍ବର 2020 ।’

‘ମୈଦାନ’ ସତ୍ୟ ଘଟଣା ଉପରେ ଆଧାରିତ ଅଟେ ଏବଂ ଏହାକୁ ବଧାଈ ହୋ ଫେମ ଡ଼ାଇରେକ୍ଟର ଅମିତ ଶର୍ମା ବନାଉଛନ୍ତି । ବଲିଓଡ଼ରେ ‘ମୈଦାନ’ ଅମିତଙ୍କର ଦ୍ୱିତୀୟ ଫିଲ୍ମ ଅଟେ । ସଇଦ ଅବଦୁଲ ରହିମ 1950ରୁ 1963 ପର୍ଯ୍ୟନ୍ତ ଫୁଟବଲ ଟିମର କୋଚ୍ ରହିଥିଲେ । ତାଙ୍କର ଭୂମିକା ଫିଲ୍ମରେ ଅଜୟ ନିଭାଇବେ । ସଇଦ ଅବଦୁଲ ରହିମଙ୍କୁ ମଡ଼ର୍ନ ଇଣ୍ଡିୟାନ ଫୁଟବଲର ଆର୍କିଟେକ୍ଟ ମଧ୍ୟ କୁହାଯାଏ ।

କହିବାତ ଅଜୟ ଦେବଗନଙ୍କ ଫିଲ୍ମ ‘ମୈଦାନ’ରେ ଅଜୟଙ୍କ ଅପୋଜିଟ ପ୍ରଥମେ କୀର୍ତି ସୁରେଶଙ୍କୁ କାଷ୍ଟ କରାଯାଇଥିଲା । ଦର୍ଶକ ଅଜୟଙ୍କ ନୂଆ ପେୟରିଙ୍ଗଙ୍କ ଠାରୁ ବେଶୀ କିର୍ତିଙ୍କ ବଲିଓଡ଼ ଡେବ୍ୟୁକୁ ନେଇ ଉଚ୍ହାହିତ ଥିଲେ । କିନ୍ତୁ ଡେଟସ ନମିଳିବା କାରଣରୁ କଥା ବନୀପାରି ନଥିଲା ।


ସେୟାର କରନ୍ତୁ