‘କୋଇ ମିଲ୍ ଗୟା’ ଫିଲ୍ମରେ ଯାଦୁ ଭୂମିକାରେ କେଉଁ ଅଭିନେତା ଅଭିନୟ କରିଥିଲେ ଆସନ୍ତୁ ଜାଣିବା

ସିନେମା
ସେୟାର କରନ୍ତୁ

ମୁମ୍ବାଇ : 2003 ମସିହାରେ ରିଲିଜ ହୋଇଥିଲା ଫିଲ୍ମ ‘କୋଇ ମିଲ୍ ଗୟା’,ଏହାକୁ ଦର୍ଶକମାନେ ଖୁବ ପସନ୍ଦ କରିଥିଲେ । ଏହି ଫିଲ୍ମଟି ସୁପରହିଟ୍ ସାବ୍ୟସ୍ତ ହୋଇଥିଲା । ଏହି ବ୍ଲକବସ୍ଟର ଫିଲ୍ମକୁ ରାକେଶ ରୋଶନ୍ ନିର୍ମାଣ କରିଥିଲେ । ଫିଲ୍ମରେ ରାକେଶଙ୍କ ପୁଅ ଋତିକ୍ ରୋଶନ୍ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଋତିକ ଏହି ମୁବିରେ ରୋହିତ ଭୂମିକାରେ ନଜର ଆସିଥିଲେ । ଫିଲ୍ମରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।

ଏହା ବ୍ୟତୀତ ସିନେମାରେ ଆଉ ଜଣେ ବେଶ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ରହିଥିଲେ । ଅଭିନେତା ଅଭିନେତ୍ରୀଙ୍କ ବ୍ୟତୀତ ଏହି ସିନେମାରେ ଏଲିଏନ୍ ମଧ୍ୟ ଲିଡ୍ ରୋଲରେ ରହିଥିଲା,ତାହା ଯାଦୁ ନାମରେ ପରିଚିତ । ତେବେ ଏଲିଏନ ଭୂମିକାରେ ଯେଉଁ ଆକ୍ଟର ରହିଥିଲେ ତାଙ୍କୁ କେହି ଜାଣିନାହାନ୍ତି । ଏହି ଫିଲ୍ମରେ ଏଲିଏନ୍ ଭୂମିକାରେ ଅଭିନେତା ଇନ୍ଦ୍ରବଦନ ପୂରହୀତ ଆକ୍ଟିଙ୍ଗ କରିଥିଲେ । ଇନ୍ଦ୍ରବଦନ 2014 ମସିହାରେ ଏ ଦୁନିଆକୁ ଛାଡି ଚାଲିଯାଇଛନ୍ତି, କିନ୍ତୁ ତାଙ୍କର ଏହି ଯାଦୁ ଭୂମିକାଟି ସମଗ୍ର ବିଶ୍ବରେ ଚର୍ଚ୍ଚା ହୋଇଥିଲା ।

ଫିଲ୍ମ ରିଲିଜ ହେବା ପରେ ମଧ୍ୟ ରାକେଶ ରୋଶନ ଏହି ଭୂମିକା ପଛରେ ଥିବା ବ୍ୟକ୍ତିଙ୍କ ସମ୍ପର୍କରେ କେବେ କିଛି କହିନଥିଲେ । ଇନ୍ଦ୍ରବଦନଙ୍କ ଉଚ୍ଚତା ମାତ୍ର 4 ଫୁଟ୍,ତେଣୁ ତାଙ୍କୁ ଏହି ଭୂମିକାକୁ ଦିଆଯାଇଥିଲା । ‘ଜାଦୁ’ର କଷ୍ଟ୍ୟୁମ୍ ଅଷ୍ଟ୍ରେଲିୟାରୁ ଅର୍ଡର କରାଯାଇଥିଲା । ଏହାର ଦାମ ପାଖାପାଖି 1 କୋଟି ଟଙ୍କା ରହିଥିଲା । ଏହାକୁ ଆଟିଷ୍ଟ ଜାମେଷ କିଲନର ତିଆରି କରିଥିଲେ,ଯେକି ଅଷ୍ଟ୍ରେଲିଆର । ଶେଷ ଥର ପାଇଁ ଇନ୍ଦ୍ରବଦନ ଟିଭି ସିରିଏଲ ବାଲବୀରରେ ନଜର ଆସିଥିଲେ । ଏହା ବ୍ୟତୀତ ହଲିଉଡର ଫେମସ ଫିଲ୍ମ ଲର୍ଡ ଅଫ ଦ ରିଙ୍ଗରେ ମଧ୍ୟ କାମ କରିଥିଲେ ଇନ୍ଦ୍ରବଦନ ।


ସେୟାର କରନ୍ତୁ