ନିୟମିତ ଖାଆନ୍ତୁ କ୍ଯାପ୍ସିକମ ମିଳିବ ଏହି ସବୁ ଫାଇଦା

Truthink
ସେୟାର କରନ୍ତୁ

ଆପଣ ସବୁଦିନ ଖାଦ୍ୟରେ ଅନେକ ପ୍ରକାରର ପନିପରିବା ଖାଊଥିବେ । ହେଲେ ଖାଦ୍ୟରେ କ୍ଯାପ୍ସିକମ ରହିଲେ ଶରୀରକୁ ଅନେକ ପ୍ରକାରର ଶକ୍ତି ମିଳିବା ସହ ଅନେକ ରୋଗ ମଧ୍ୟ ହୋଇ ନଥାଏ । ଆଜି ଆମେ ଆପଣଙ୍କୁ ଏଭଳି କିଛି କଥା କହିବୁ ଯେଉଥିରେ ଆପଣ ନିୟମିତ କ୍ଯାପ୍ସିକମ ଖାଇଲେ ଅନେକ ସୁଫଳ ମିଳିଥାଏ ।

କ୍ୟାପ୍‌ସିକମ୍‌ ବା ସିମଲା ଲଙ୍କାଙ୍କୁ ବିଭିନ୍ନ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରିବା ସମୟରେ ଆମେ ବ୍ୟବହାର କରିଥାଉ। ଏହାକୁ ବ୍ୟବହାର କରି ଖାଦ୍ୟକୁ ସୁସ୍ୱାଦୁ କରାଯାଇଥାଏ। ବଜାରରେ ଲାଲ୍‌, ହଳଦିଆ ଓ ସବୁଜ ରଙ୍ଗର କ୍ୟାପ୍‌ସିକମ୍‌ ଉପଲବ୍ଧ ହେଉଛି। ଏହା ଖାଦ୍ୟକୁ ସୁସ୍ୱାଦୁ କରିବା ସହ ଖାଦ୍ୟ ଗାର୍ନିସିଙ୍ଗ ପାଇଁ ମଧ୍ୟ ବ୍ୟବହାର କରାଯାଏ ।

  • କ୍ୟାପ୍‌ସିକମ୍‌ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ଏଥିରେ ଥିବା ଭିଟାମିନ୍‌ ସି ରୋଗପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ।
  • କ୍ୟାପ୍‌ସିକମ୍‌ରେ ଭିଟାମିନ୍‌ ଏ, ସି, ଫ୍ଲାଭୋନୋଏଡସ୍‌, ଆଲ୍‌କାଲୋଏଡସ୍‌ ଓ ଟାନିସ୍‌ ପରି ତତ୍ତ୍ୱ ରହିଛି। ଏହିସବୁ ତତ୍ତ୍ୱ ଆଣ୍ଟି-ଇନ୍‌ଫ୍ଲାମେଣ୍ଟାରୀ ଭାବରେ ଶରୀରରେ କାର୍ଯ୍ୟ କରିଥା’ନ୍ତି।
  • କ୍ୟାପ୍‌ସିକମ୍‌ ପ୍ରଚୁର ପରିମାଣରେ ଆଇରନ୍‌ ଥିବାରୁ ଶରୀରର ଆଇରନ୍‌ର ଆବଶ୍ୟକତା ମଧ୍ୟ ପୂରଣ କରିଥାଏ।
  • ଯେଉଁମାନେ ଓଜନ କମ୍‌ କରିବା ପାଇଁ ଚାହୁଁଛନ୍ତି, ସେମାନେ ତାଙ୍କ ଦୈନନ୍ଦିନ ଖାଦ୍ୟରେ କ୍ୟାପ୍‌ସିକମ୍‌କୁ ସାମିଲ କରନ୍ତୁ। ଏଥିରେ ବହୁତ କମ୍‌ କ୍ୟାଲୋରୀ ଥାଏ। କ୍ୟାପ୍‌ସିକମ୍ ଶରୀରରେ ମେଟାବୋଲିଜିମ୍‌କୁ ମଜବୁତ୍‌ କରି ଓଜନ ହ୍ରାସ କରିବା ପାଇଁ ସାହାଯ୍ୟ କରିଥାଏ।
  • ଏଥିରେ ଥିବା ଫ୍ଲାଭୋନୋଏଡସ୍‌ ତତ୍ତ୍ୱ ହୃତ୍‌ପିଣ୍ଡକୁ ସୁସ୍ଥ ରଖେ ଓ ବିଭିନ୍ନ ରୋଗରୁ ଦୂରେଇ ରଖେ। ଶରୀରରେ ଅମ୍ଳଜାନର ପ୍ରବାହକୁ ଠିକ୍ ରଖିବାରେ ଏହା ସାହାଯ୍ୟ କରେ।
  • ମସ୍ତିଷ୍କ ପାଇଁ ମଧ୍ୟ ଏହା ବହୁତ ଉପକାରୀ। କ୍ୟାପ୍‌ସିକମ୍‌ ଷ୍ଟ୍ରେସ୍‌କୁ କମ୍‌ କରିବା ସହ ଶ୍ୱାସ ଓ କ୍ୟାନସର୍‌ ପରି ରୋଗକୁ ମଧ୍ୟ ନିୟନ୍ତ୍ରଣ କରିଥାଏ।

ସେୟାର କରନ୍ତୁ