ପ୍ରଥମ ଦିନ ବକ୍ସ ଅଫିସ ଉପରେ ଛାଇଗଲା ଦୀପିକାଙ୍କ ‘ଛପାକ୍’,କମାଇଲା ଏତେ କରୋଡ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ଦୀପିକା ପାଦୁକୋନ୍ ଏବଂ ବିକ୍ରାନ୍ତ ମେସିଙ୍କ ଷ୍ଟାରର ଫିଲ୍ମ ‘ଛପାକ୍’ 10 ଜାନୁୟାରୀରେ ରିଲିଜ ହୋଇଯାଇଛି । ଫିଲ୍ମକୁ ନେଇକରି ଦର୍ଶକଙ୍କ ଭିତରେ ଖୁବ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା । ଏବେ ଫିଲ୍ମର ପ୍ରଥମ ଦିନର ରେଜଲ୍ଟ ମଧ୍ୟ ସାମ୍ନାକୁ ଆସିଅଛି । ରିପୋର୍ଟ ମୁତାବକ, ‘ଛପାକ୍’ ପ୍ରଥମ ଦିନ ସାଢ଼େ 4କୋଟି ଟଙ୍କା କମାଇଅଛି ।

ଟ୍ରେଣ୍ଡ ଏନାଲିଷ୍ଟ ତରଣ ଆଦର୍ଶ ଟ୍ୱିଟ କରି ‘ଛପାକ୍’ର ବକ୍ସ ଅଫିସ କଲେକ୍ସନକୁ ସେୟାର କରିଛନ୍ତି । ‘ଛପାକ୍’ ପ୍ରଥମ ଦିନ 4.77କରୋଡର ବକ୍ସ ଅଫିସ କଲେକ୍ସନ କରିଅଛି । ତେବେ ରିପୋଟରଙ୍କ ମୁତାବକ ପ୍ରଥମ ଦିନ 4-5କରୋଡ ପର୍ଯନ୍ତ ବକ୍ସ ଅଫିସ କଲେକ୍ସନ ଲକ୍ଷ୍ୟ କରାଯାଇଥିଲା । ମାନା ଯାଉଛିକି ଏଇ ସପ୍ତାହକ ଭିତରେ ‘ଛପାକ୍’ର କଲେକ୍ସନ ବଢ଼ିପାରେ ।

ଏହି ଦିନରେ 10ଜାନୂୟାରୀକୁ ଅଜୟ ଦେବଗନଙ୍କ ଫିଲ୍ମ ‘ତାନାଜୀ ଦ ଅନସଙ୍ଗ ୱାରିୟର’ ମଧ୍ୟ ରିଲିଜ ହୋଇଛି । ଦୁଇ ଫିଲ୍ମର ପ୍ରଥମ ଦିନର ବକ୍ସ ଅଫିସ କଲେକ୍ସନ କଥା କହିବାତ ଅଜୟ ଦେବଗନଙ୍କ ଫିଲ୍ମ ‘ତାନାଜୀ’ ‘ଛପାକ୍’ ଠାରୁ ବହୁ ଆଗରେ । ଏଠି ସ୍କ୍ରିନ ମାମଲାରେ ମଧ୍ୟ ଯେଉଁଠି ‘ତାନାଜୀ’କୁ 4540 ସ୍କ୍ରିନ ମିଳିଅଛି,ସେଇଠି ‘ଛପାକ୍’କୁ ଭାରତରେ 1700 ଏବଂ ବିଦେଶରେ 460 ସ୍କ୍ରିନ ମିଳିଅଛି । ମୋଟ 2160 ସ୍କ୍ରିନରେ ‘ଛପାକ୍’ର ଏହି କଲେକ୍ସନ କମ୍ନୁହେଁ ।

ଏହି ମୁବିରେ ଦୀପିକା ପାଦୁକୋନ୍ ଏବଂ ବିକ୍ରାନ୍ତ ମେସି ମୁଖ୍ୟ ଭୂମିକାରେ ଅଛନ୍ତି । ଏହି ଫିଲ୍ମକୁ ମେଘନା ଗୁଲଜାର୍ ନିର୍ଦେଶନା ଦେଇଛନ୍ତି । ଫିଲ୍ମରେ ଦୀପିକା ପାଦୁକୋନ୍ ଏସିଡ ଆଟେକ ପୀଡିତାର ଭୂମିକାରେ ଅଛନ୍ତି । ଏଥିରେ ବିକ୍ରାନ୍ତ ମେସି ତାଙ୍କର ପାଟନର ଏବଂ ସୋସିଆଲ ଏକ୍ଟିବିଟସ୍ ଭୂମିକାରେ ଅଛନ୍ତି । ଏହି ଫିଲ୍ମକୁ କ୍ରିଟିକ୍ସ ଏବଂ ଦର୍ଶକ ପଜେଟିବି ରିଭ୍ୟୁଜ ଦେଇଛନ୍ତି ।


ସେୟାର କରନ୍ତୁ