ଏକ ଭିଲେନ-2 ରେ ନଜର ଆସିବେ ଏହି ରୋମାଣ୍ଟିକ ଯୋଡି

ସିନେମା
ସେୟାର କରନ୍ତୁ

ଏକ ଭିଲନର ସଫଳତା ପରେ ଏବେ ପୁଣିଥରେ ଏହାର ପାର୍ଟ 2ରିଲିଜ କରିବାକୁ ଅଣ୍ଟା ଭିଡିଲେଣି ନିର୍ଦେଶକ ୲ ଆଉ ଖୁବଶୀଘ୍ର ଏହା ପରଦାକୁ ଆସିବ ବୋଲି ଶୁଣାଯାଉଛି ୲ ଲଭ ରୋମାନ୍ସ ଆକ୍ସନ ଓ ସସ୍ପେନ୍ସକୁ ନେଇ ଫିଲ୍ମଟି ଆଧାରିତ ୲ ପୂର୍ବରୁ ଏହାର ପ୍ରଥମ ପାର୍ଟ କୁ ଯେମିତି ଭଲପାଇବା ମିଳିଥିଲା ଏବେ ଏହାର ଦିତୀୟ ପାର୍ଟକୁ ମଧ୍ୟ ଠିକ ସେମିତି ଭଲପାଇବା ମିଳିବ ବୋଲି ଆଶା ରଖିଛନ୍ତି ଏହାର ନିର୍ମାଣକର୍ତ୍ତା ୲

ବଲିିଉଡ଼ ନିର୍ଦ୍ଦେଶକ ମୋହିତ୍‌ ସୂରୀଙ୍କ ସିନେମା ‘ଏକ୍‌ ଭିଲେନ୍‌’ ଦର୍ଶକଙ୍କୁ ଅନେକ ପସନ୍ଦ ଆସିଥିଲା । ଏହି ସିନେମାରେ ଶ୍ରଦ୍ଧା କପୁର, ସିଦ୍ଧର୍ଥ ମଲହୋତ୍ରା ଓ ଭିଲେନ୍‌ ଚରତ୍ରରେ ରିତେଶ୍ ଦେଶମୁକ ନଜର ଆସିଥିଲେ । ତେବେ ଏହି ସିନେମାର ଦ୍ବିତୀୟ ଭାଗ ପ୍ରସ୍ତୁତ ହେବାକୁ ଯାଉଛି । କିନ୍ତୁ ସିନେମାଟି ପ୍ରଥମ ଭାଗ ଠାରୁ ଭିନ୍ନ ରହିବ ।

ସୂଚନା ମୁତାବକ, ଏହି ସିନେମାରେ ଲଭ୍‌ଷ୍ଟୋରୀ ଦେଖିବାକୁ ମିଳିବ । ସିନେମାରେ ଜନ୍‌ ଓ ଆଦିତ୍ୟ ପରସ୍ପରର ବିପକ୍ଷରେ ଅଭିନୟ କରିବେ। କିନ୍ତୁ କିଏ ଭିଲେନ୍‌ ହେବ ଆଉ କିଏ ହିରୋ ସେ ବିଷୟରେ ଜଣାପଡ଼ିନାହିଁ । ଏଥିରେ କୌଣସି ଟପ୍‌ ହିରୋଇନ୍‌ଙ୍କୁ ନିଆଯିବ ।

କିଛିଦିନ ପୂର୍ବରୁ ଜନ୍‌ ଓ ଆଦିତ୍ୟଙ୍କୁ ମୋହିତ୍‌ ସୂରୀ ସିନେମାର କାହାଣୀ ଶୁଣାଇଥିଲେ। ସିନେମାର କାହାଣୀ ସେମାନଙ୍କୁ ବେଶ୍ ପସନ୍ଦ ଆସିଥିଲା। ଏହାପରେ ଦୁହେଁ ସିନେମା ସାଇନ୍‌ କରିଥିଲେ ।


ସେୟାର କରନ୍ତୁ