ୱାସିଙ୍ଗ ପାଓଡ଼ର ବିଜ୍ଞାପନ କରି ଫସିଲେ ଅକ୍ଷୟ କୁମାର, ମରାଠା ଯୋଦ୍ଧାଙ୍କ ଅପମାନର ଆରୋପ

ସିନେମା
ସେୟାର କରନ୍ତୁ

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ଅକ୍ଷୟ କୁମାର ୱାସିଂ ପାଉଡର ‘ନିରମା’ର ବିଜ୍ଞାପନ କରି ବିବାଦ ଭିତରକୁ ଆସିଛନ୍ତି । ଜଣାଶୁଣା ୱାସିଂ ପାଉଡର୍ ନିରମାର ବିଜ୍ଞାପନରେ ଜଣେ ମରାଠା ଯୋଦ୍ଧାଙ୍କ ରୂପରେ ନିଜକୁ ଉପସ୍ଥାପିତ କରିବା ସହ ତାଙ୍କୁ ଥଟ୍ଟା ବା ମଜାକ କରି ଅଭିନେତା ଅକ୍ଷୟ ବିବାଦ ଘେରକୁ ଆସିଛନ୍ତି । ତାଙ୍କ ବିରୋଧରେ ଏବେ ମରାଠା ଯୋଦ୍ଧାଙ୍କୁ ଥଟ୍ଟା କରିବା ନେଇ ଥାନାରେ ଅଭିଯୋଗ ହୋଇଛି ।

ରିପୋର୍ଟ ମୁତାବକ, ଅଭିନେତାଙ୍କ ବିରୋଧରେ ମୁମ୍ବାଇର ୱର୍ଲି ପୁଲିସ ଥାନାରେ ଅଭିଯୋଗ ହୋଇଛି । ଯେଉଁଥିରେ ଅକ୍ଷୟଙ୍କ ବିରୋଧରେ ମରାଠା ସଂସ୍କୃତିର ମଜାକ ଉଡ଼ାଇବା ଏବଂ ଲୋକଙ୍କ ଭାବନାକୁ ଆଘାତ ଦେବାର ଅଭିଯୋଗ ଆସିଅଛି । ସୋସିଆଲ୍ ମିଡିଆରେ ଅକ୍ଷୟ ଏ ନେଇ ଟ୍ରୋଲ୍ ହେବା ସହ ଏହି ବିଜ୍ଞାପନ ପ୍ରସ୍ତୁତ କରିଥିବା କମ୍ପାନିକୁ ମଧ୍ୟ ଲୋକେ ସମାଲୋଚନା କରିଛନ୍ତି ।

ଏଥିଲାଗି ନିରମାକୁ ମଧ୍ୟ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ନକାରାତ୍ମକ ଟିପ୍ପଣୀର ସାମ୍ନା କରିବାକୁ ପଡ଼ିଛି । ଟୁଇଟରରେ ହ୍ୟାସଟାଗ୍ ‘ବଏକଟ୍ ନିରମା’ ଏବେ ଟ୍ରେଣ୍ଡ ଚାଲିଛି । ଏଥିସହ ଲୋକେ ଅକ୍ଷୟଙ୍କୁ କ୍ଷମା ମାଗିବାକୁ କହିଛନ୍ତି ।

ଜଣେ ୟୁଜର ଲେଖିଲେ,ଏମିତି ଘଟିଆ ଆଡ଼ ଦେଖିବା ପରେ ମୁଁ ନିର୍ମାର ପ୍ରଡକ୍ଟକୁ ବୈକଟ କରିବି । ଅକ୍ଷୟଙ୍କୁ ମରାଠା ୱାରିୟର୍ସ ମଜାକ ପାଇଁ କ୍ଷମା ମାଗିବା କଥା । ଏହା ପର ୟୁଜର ଅକ୍ଷୟଙ୍କୁ ପ୍ରଶ୍ନ ପଚାରି ଲେଖିଛନ୍ତି,ପ୍ରୋ-ହିନ୍ଦୁ ମରାଠା ୱାରିୟର୍ସଙ୍କୁ ଏଭଳି ମଜାକ ଉଡାଇବା ବିଲକୁଲ ପସନ୍ଦ କରିବେ ନାହିଁ । କଣ ଅକ୍ଷୟଙ୍କର ସାହସ ଅଛି କି ସେ ବ୍ରିଟିସର୍ସ ଏବଂ ମୋଗଲ ଆକ୍ରମଣକାରୀଙ୍କ ଏମିତି ମଜାକ କରନ୍ତୁ ।

ଟିଭି ଆଡ୍ ଉପରେ ଦୁସମନ ସହିତ ଯୁଦ୍ଧ କରି ଫେରିବା ପରେ ଅକ୍ଷୟ କୁମାର ନିଜର କପଡା ସଫା କରୁଥିବାର ନଜର ଆସୁଛନ୍ତି । ତେବେ ତାଙ୍କର ପତ୍ନୀ ତାଙ୍କୁ ମଇଳା କାପଡ଼ାକୁ ନେଇକରି ଝଗଡା କରିଥାନ୍ତି । ସେ କପଡା ସଫା କରୁଥିବା ବେଳେ ଫନି ଅନ୍ଦାଜରେ ଡ୍ୟାନ୍ସ କରୁଥିଲେ । ମରାଠା ୱାରିୟର ବନି ଅକ୍ଷୟ ଡ୍ୟାନ୍ସ କରୁଥିବା ଏବଂ କପଡା ସଫା ଉପରେ ଲୋକେ ଆପତ୍ତି ଜତାଇଛନ୍ତି ।


ସେୟାର କରନ୍ତୁ