ଚିଡଚିଡ଼ା ପଣରୁ ମୁକ୍ତି ଚାହୁଁଥିଲେ ଆପଣାନ୍ତୁ ଏହି ଉପାୟ

Truthink
ସେୟାର କରନ୍ତୁ

ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ମାନସିକ ଚାପ ବଢ଼ିବାରେ ଲାଗିଛି । ମାନସିକ ଚାପରୁ ମୁକ୍ତି ପାଇଁ ଆକ୍ୱାରିୟମ୍‌ ଥେରାପି ଏକ ସହଜ ମାଧ୍ୟମ । ଘରେ ଆକ୍ୱାରିୟମ୍‌ ରଖି ବିଭିନ୍ନ ମାନସିକ ରୋଗର ଚିକିତ୍ସା କରାଯାଇପାରେ । ଏହା ସୁଫଳ ପ୍ରଦାନ କରିଥାଏ ବୋଲି ଇଂଲଣ୍ଡର ଏକ ବିଶ୍ୱବିଦ୍ୟାଳୟର ଗବେଷକ ସୂଚିତ କରିଛନ୍ତି ।

ଏହା ଏକ ଅତ୍ୟନ୍ତ  ସହଜ ଉପାୟ । ଏଥିପାଇଁ ପ୍ରଥମେ ଘରର ଲାଇଟ୍‌ ଲିଭାଇ କିଛି ସମୟ ପାଇଁ ଆକ୍ୱାରିୟମ୍‌ ଆଗରେ ବସି ମାଛମାନଙ୍କ ହାବଭାବ ଲକ୍ଷ୍ୟ କରନ୍ତୁ । ଧୀରେଧୀରେ ମାନସିକ ଚାପ ହ୍ରାସ ପାଇବ । ଏହା ମାଂସପେଶୀକୁ ଆରାମ ଦେବା ସହିତ ହୃଦ୍‌ସ୍ପନ୍ଦନକୁ ନିୟନ୍ତ୍ରିତ କରି ଶରୀରରେ ଠିକ୍‌ ଭାବେ ରକ୍ତ ସଞ୍ଚାଳନ କରିଥାଏ ।

ସେହିପରି କର୍ମକ୍ଷେତ୍ରରୁ ଅବସର ନେଇଥିବା ବୟସ୍କ ବ୍ୟକ୍ତିଙ୍କ ମସ୍ତିଷ୍କ ଉପରେ ଏହି ଆକ୍ୱାରିୟମ୍‌  ଥେରାପି ଭଲ ପ୍ରଭାବ ପକାଇଥାଏ । ଅବସର ନେବା ପରେ ସେମାନଙ୍କର ଦୀର୍ଘଦିନର ରୁଟିନ୍‌ ବନ୍ଧା ଜୀବନରେ କିଛିଟା ପରିବର୍ତ୍ତନ ଆସିଥାଏ । ଏହାକୁ ସହଜରେ ସେମାନେ ଗ୍ରହଣ କରିପାର ନ ଥାନ୍ତି । ତେଣୁ ଚିଡ଼ିଚିଡ଼ାପଣ ସୃଷ୍ଟି ହୋଇଥାଏ ।

ଆସନ୍ତୁ ଜାଣିବା ଏହିପରି ଆହୁରି କିଛି ଘରୋଇ ଉପାୟ ସମ୍ପର୍କରେ ।

ଦୈନନ୍ଦିନ କାର୍ଯ୍ୟସୂଚୀ : ଚିଡିଚିଡାପଣ  ଦୂରେଇଇବା ପାଇଁ ଆଉ ଏକ ଉପାଦେୟୀ ଉପାୟ ହେଲା ନିଜର ଦୈନନ୍ଦିନ ଜୀବନ ପାଇଁ ଏକ କାର୍ଯ୍ୟସୂଚୀ ସ୍ଥିର କରିବା । ମନୋଚିକିତ୍ସକଙ୍କ ମତରେ କର୍ମ ବ୍ୟସ୍ତ ରହିଲେ ମନୁଷ୍ୟ ଅବସାଦ ଭୁଲିଯାଏ । ଏଥିପାଇଁ ଏକ ଡାଏରୀ ପ୍ରସ୍ତୁତ କରନ୍ତୁ ଓ ଆସନ୍ତାକାଲି କଣ କରିବେ ତାହାର ଏକ ତାଲିକା ପ୍ରସ୍ତୁତ କରି ରଖନ୍ତୁ । ଏପରି ଅଭ୍ଯାସ ଜାରି ରଖିଲେ ଅବସାଦ ଦୂରେଇ ଯିବ ।

ନିଦ୍ରା ସୂଚୀ : ଚିଡିଚିଡାପଣ ହେବାର ଅନ୍ୟ ଏକ କାରଣ ହେଉଛି ଠିକ ସେ ନିଦ୍ରା ନ ହେବା । ଏଣୁ ସୁନିଦ୍ରା ହେବା ପାଇଁ କିଛି ଉପାୟ କରିବା ଜରୁରୀ । ପ୍ରଥମେ ଶୟନ ସ୍ଥାନରୁ ଅନାବଶ୍ୟକ ଜିନିଷ ଦୂରେଇ ଦିଅନ୍ତୁ । ଏହା ପରେ ଏକ ସୁଗନ୍ଧିତ ଧୂପକାଠି ଜଳାଇ ଦିଅନ୍ତୁ । ସୁବିଧା ହେଲେ ୟୁଟ୍ୟୁବରେ ସୁମଧୁର ନିଦ୍ରା ଗୀତ ଲଗାଇ  ଶୁଣନ୍ତୁ ।

ସନ୍ତୁଳିତ  ଆହାର : ଗବେଷଣାରୁ ଜଣା ପଡିଛି ଯେ ଖାଇବା ପିଇବାରେ ଅତ୍ୟଧିକ ତେଲ ମସଲା, ରାଗ ଓ ଗରମ ଖାଦ୍ୟ ଖାଇଲେ ଅବସାଦ ଓ  ଚିଡିଚିଡାପଣ ଦେଖାଦେଇଥାଏ । ଏହାଛଡା ଖାଇବାପିଇବାରେ ଅନିୟମିତତା ମଧ୍ୟ ଏଥିପାଇଁ ଦାୟୀ । ଏଣୁ ସନ୍ତୁଳିତ ଆହାର ଓ ଠିକ ସମୟରେ ନିୟମିତ ଖାଇନେବା ହେଉଛି  ଚିଡିଚିଡାପଣ ଦୂରେଇବା ପାଇଁ ଏକ ଭଲ ଉପାୟ  ।


ସେୟାର କରନ୍ତୁ