ପାଦକୁ ସୁନ୍ଦର ରଖିବା ପାଇଁ କରନ୍ତୁ ଏହି ସବୁ କାମ

ଜୀବନଚର୍ଯ୍ୟା
ସେୟାର କରନ୍ତୁ

  • ପ୍ରତିଦିନ ଘରକୁ ଫେରିବା ପରେ ପାଦକୁ ଭଲ ଭାବେ ଧୋଇ ମଏଶ୍ଚରାଇଜିଂ ଲୋସନ୍ ଲଗାନ୍ତୁ ।
  • ପାଦ ଫାଟିଥିଲେ ଶୋଇବା ପୂର୍ବରୁ ପେଟ୍ରୋଲିୟମ୍‌ ଜେଲି ଲଗାଇ ମୋଜା ପିନ୍ଧି ଶୁଅନ୍ତୁ ।
  • ଟବ୍‌ରେ ଦୁଇ ଲିଟର୍‌ ଉଷୁମ ପାଣି ଭର୍ତ୍ତି ରଖନ୍ତୁ। ସେଥିରେ ଏକ କପ୍‌ ଖିର, ଦୁଇ ଚାମଚ ରାଶି ତେଲ, ଦୁଇ ଚାମଚ ଲେମ୍ବୁ ରସ, ଏକ ଚାମଚ ଡାଲଚିନ୍‌ ଗୁଣ୍ଡ ମିଶାନ୍ତୁ । ସେହି ପାଣିରେ ପାଦକୁ 15 ମିନିଟ୍‌ରୁ ଅଧଘଣ୍ଟା ପର୍ଯ୍ୟନ୍ତ ବୁଡ଼ାଇ ରଖନ୍ତୁ। ଏହା ପରେ ପାଦକୁ ପାଣି କାଢି ସଫା କପଡାରେ ଫୋଛି ଦିଅନ୍ତୁ । ପରେ ଏକ ପାଚିଲା କଦଳୀ ଚକଟି ଫାଠିଥିବା ପାଦରେ ଲଗାନ୍ତୁ ।  ଏହାକୁ 10 ମିନିଟ୍‌ ସେହିପରି ରଖି ଧୋଇଦିଅନ୍ତୁ। ଏହାକୁ ସପ୍ତାହରେ 2ରୁ 3ଥର କଲେ ପାଦ ଫଟା ସମସ୍ୟାରୁ ମୁକ୍ତି ପାଇବେ।
  • ଆଲୋଭେରା ବା ଘିକୁଆଁରିକୁ ପାଦରେ ମସାଜ କରିବା ଫଳରେ ମୃତ କୋଷିକା ବାହାରିଥାଏ । ପାଦ ଉଜ୍ଜ୍ୱଳ ଦେଖାଯିବ ।
  • ପାଦକୁ ଆରାମ ଲାଗିବା ଭଳି ଜୋତା ପିନ୍ଧନ୍ତୁ ।

ସେୟାର କରନ୍ତୁ