ରାତା ରାତି ଷ୍ଟାର ଵନିଥିବା ପାୟଲ ରାଜପୁତ, ଏବେ ଦେହଜୀବୀ ଭୂମିକାରେ ନଜର ଆସିବେ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ତେଲୁଗୁ ଅଭିନେତ୍ରୀ ପାୟଲ ରାଜପୁତ ଫିଲ୍ମ ‘ଆରଏକ୍ସ ‘100’ରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହି ଫିଲ୍ମରେ ଅଭିନୟ କରି ପାୟଲ ରାତା ରାତି ଷ୍ଟାର ଵନିଯାଇଥିଲେ । ଅଭିନେତା କାର୍ତ୍ତିୀକଙ୍କ ସହ ମିଶି ପାୟଲ ଏହି ସିନେମାରେ ଅନେକ ବୋଲ୍ଡ ଦୃଶ୍ୟ ଦେଇ ଥିଲେ । ଯାହାକୁ ଦର୍ଶକମାନେ ଖୁବ ପସନ୍ଦ କରିଥିଲେ ।

ପାୟଲ ତେଲେଗୁ ସହିତ ପଂଜାବୀ ସିନେମାରେ ମଧ୍ୟ ଅଭିନୟ କରନ୍ତି । ନିଜ ବୋଲ୍ଡନେସ ପାଇଁ ପାୟଲ ସବୁବେଳେ ଖୁବ ଚର୍ଚ୍ଚାରେ ରହିଥାନ୍ତି । ପାୟଲ 2017 ମସିହାରେ ପଂଜାବୀ ଫିଲ୍ମରେ ଅଭିନୟ କରି ସିନେମା ଜଗତରେ ପାଦ ଥାପିଥିଲେ । ଏବେ ପାୟଲଙ୍କୁ ଆଉ ଏକ ବୋଲ୍ଡ ଅବତାରରେ ଦେଖିବାକୁ ମିଳିବ ।

ଟାଇଗର ରାୱ ନାଗେଶ୍ବରଙ୍କ ବାୟୋପିକ୍ ସିନେମାରେ ପାୟଲ ଅଭିନୟ କରିବାକୁ ଯାଉଛନ୍ତି । ଏହି ଫିଲ୍ମରେ ପାୟଲ ଜଣେ ଦେହଜୀବୀର ଭୂମିକାରେ ନଜର ଆସିବେ । ପାୟଲ ଶେଷ ଥର ପାଇଁ ଫିଲ୍ମ ସୀତାରେ ଏକ ଆଇଟମ ଗୀତରେ ନଜର ଆସିଥିଲେ । ଫିଲ୍ମ ସୀତାରେ ମୁଖ୍ୟ ଭୂମିକାରେ କାଜଲ ଅଗ୍ରୱାଲ ନଜର ଆସିଥିଲେ ।

ଏବେ ପାୟଲ ତାଙ୍କ କ୍ୟାରିଅରର ସବୁଠାରୁ ବୋଲ୍ଡ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି । ଏହି ଫିଲ୍ମର ସ୍କ୍ରିପ୍ଟ ପ୍ରସ୍ତୁତ ହୋଇ ସାରିଛି ଏବଂଏହି ଫିଲ୍ମଟି ଖୁବ ଶୀଘ୍ର ଶୁଟିଂ ଆରମ୍ଭ ହେବ ବୋଲି ଜଣାପଡିଛି । ତେବେ ଏମିତିରେବି ପାୟଲଙ୍କ ଅଭିନୟକୁ ଦର୍ଶକମାନେ ପସନ୍ଦ କରିଥାନ୍ତି କିନ୍ତୁ ପାୟଲଙ୍କୁ ଏହି ଫିଲ୍ମରେ ଦର୍ଶକମାନେ କେତେ ଦୂର ପସନ୍ଦ କରିବେ ତାହା ଦେଖିବାକୁ ବାକି ରହିଛି ।


ସେୟାର କରନ୍ତୁ